fbpx

ସୂର୍ଯ୍ୟର ବୟସ ୪.୫୭ ଲକ୍ଷ କୋଟି ବର୍ଷ: କ୍ରମଶଃ ସରି ଆସୁଛି ଆୟୁଷ

ନୂଆଦିଲ୍ଲୀ : ସକଳ ଶକ୍ତିର ଆଧାର କୁହାଯାଉଥିବା ସୂର୍ଯ୍ୟର ମୃତ୍ୟୁ ଘଟିବ । ସମ୍ପ୍ରତି ସୂର୍ଯ୍ୟ ମଧ୍ୟ-ବୟସରେ ପହଞ୍ଚିଛି ଏବଂ ଏହାର ବୟସ ପ୍ରାୟ ୪.୫୭ ଲକ୍ଷ କୋଟି ବର୍ଷ ବୋଲି ଆକଳନ କରାଯାଇଛି । ତେବେ ଏହାର ଆୟୁଷ କ୍ରମଶଃ ସରିଆସୁଥିବା କହିଛି ୟୁରୋପୀୟ ମହାକାଶ ସଂସ୍ଥାର ଗାଇଆ ମହାକାଶଯାନ । ଏହି ମହାକାଶ ସଂସ୍ଥା ପକ୍ଷରୁ ହାତକୁ ନିଆଯାଇଥିବା ଷ୍ଟାର ମ୍ୟାପିଂ ଅଭିଯାନରେ ସୂର୍ଯ୍ୟର ଭବିଷ୍ୟତ ଏବଂ ଏହାର ପରିସମାପ୍ତି କିଭଳି ଘଟିବ, ସେ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି ।

ତେବେ ଏଥିପାଇଁ ଅନେକ ବର୍ଷ ଆହୁରି ବାକି ଥିବାରୁ ଏହାକୁ ନେଇ କେହି ଚିନ୍ତିତ ନହେବାକୁ ୟୁରୋପୀୟ ମହାକାଶ ସଂସ୍ଥା ପରାମର୍ଶ ଦେଇଛି । ଏଥିରେ ସୂର୍ଯ୍ୟ ସହିତ ସମାନ ସଂରଚନା ଏବଂ ସାନ୍ଧ୍ରତା ଥିବା ଅନ୍ୟ ତାରକାଗୁଡିକ କିଭଳି ସୌରଜଗତରେ ଉଭା ହେବେ ସେ ସମ୍ପର୍କରେ ମଧ୍ୟ ତଥ୍ୟର ଅବତାରଣା କରାଯାଇଛି । ଏହା କହିଛି, ସୂର୍ଯ୍ୟ ପୃଷ୍ଠଦେଶରେ ଉଦ୍ୟାନ ଦହନ ହୋଇ ହିଲିୟମରେ ପରିଣତ ହେଉଛି, ଯଦ୍ଦ୍ୱାରା ତାପମାତ୍ରା ବୃଦ୍ଧି ପାଉଛି ଏବଂ ଏହାକୁ ନ୍ୟୁକ୍ଲିୟର ଫ୍ୟୁଜନ ବୋଲି କୁହାଯାଉଛି ।

ତେବେ ତାପମାତ୍ରା କ୍ରମଶଃ ବୃଦ୍ଧି ସହିତ ସେଠାରେ ଉଦ୍ୟାନ ଶେଷ ହୋଇଯିବ । ଉଦ୍ୟାନ ସଂଗ୍ରହ ନିମନ୍ତେ ସେଠାରେ ପ୍ରକ୍ରିୟା ଆରମ୍ଭ ହେବାପରେ ସୂର୍ଯ୍ୟର ବାହ୍ୟଭାଗ ପରିବ୍ୟାପ୍ତ ହେବାକୁ ଲାଗିବ । ଫଳରେ ଏହା ପୃଥିବୀକୁ ଗ୍ରାସ କରିବ ଏବଂ ମଙ୍ଗଳ ଗ୍ରହକୁ ମଧ୍ୟ ଗ୍ରାସ କରିପାରେ । ଏହାଦ୍ୱାରା ସୂର୍ଯ୍ୟର ରଙ୍ଗ ଲାଲ ହେବା ସହିତ ବିଶାଳ ଆକାର ଧାରଣ କରିବ ଏବଂ ତାହାର ପୃଷ୍ଠଭାଗର ତାପମାତ୍ରା ହ୍ରାସପାଇବ । ତାହାର କେନ୍ଦ୍ରସ୍ଥଳରୁ ଉଭୟ ଉଦ୍ୟାନ ଓ ହିଲିୟମ ଶେଷ ହୋଇଗଲେ ଏହାର ବାହ୍ୟଭାଗରେ ଥିବା ସମସ୍ତ ପଦାର୍ଥ ମହାକାଶକୁ ବିଚ୍ଛୁରିତ କରିବ । ପରେ ତାହାର କେନ୍ଦ୍ର ଭାଗ କ୍ରମଶଃ ଶୀତଳ ହୋଇ ଏକ କ୍ଷୀଣ ଶ୍ୱେତ ରଙ୍ଗର ନକ୍ଷତ୍ରରେ ପରିଣତ ହେବ ।

Get real time updates directly on you device, subscribe now.