fbpx
BSKY
BJD MC SKY
BJD YOUTH SKY

୬୦ ବର୍ଷ ପରେ ମୁହାଁମୁହିଁ ହେଲେ ଭାରତ-ପାକ୍: ନିଜ ମାଟିରେ ଅମାନତ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମୁକାବିଲା ସର୍ବଦା ରୋମାଞ୍ଚଭରା ହୋଇଥାଏ । କ୍ରିକେଟ, ହକି ବ୍ୟତୀତ ବିଭିନ୍ନ କ୍ରୀଡ଼ାରେ ଅନେକ ସମୟରେ ଏହି ଦୁଇ ଦେଶର ଖେଳାଳିମାନେ ମୁହାଁମୁହିଁ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଦୀର୍ଘ ୬୦ ବର୍ଷ ବର୍ଷ ପରେ ଭାରତ-ପାକିସ୍ତାନ ଡେଭିସ୍ କପରେ ମୁହାଁମୁହିଁ ହୋଇଥିଲେ । ଦୀର୍ଘବର୍ଷର ବ୍ୟବଧାନ ପରେ ଭାରତ ପ୍ରତିପକ୍ଷ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଛି । ସବୁଠାରୁ ବଡ଼ କଥା ହେଉଛି, ପାକିସ୍ତାନ ନିଜ ମାଟିରେ ନିଜ ଅମାନତ ରଖିପାରିନଥିଲା ।

ସୂଚନା ମୁତାବକ, ଭାରତୀୟ ଟେନିସ୍ ଟିମ୍ ଦୀର୍ଘ ୬୦ ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିଲା । ଏହି ମୁକାବିଲା ପାଇଁ ପାକିସ୍ତାନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଡବଲ୍ସ ମୁକାବିଲାରେ ଭାରତ ୩-୦ରେ ବିଜୟ ହାସଲ କରିବା ସହ ୱାର୍ଲ୍ଡ ଗ୍ରୁପ-୧ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତୀୟ ଯୋଡ଼ି ୟୁକି ଭାମ୍ବ୍ରି ଓ ସାକେଥ ମ୍ୟାୟେନି ଏବଂ ପାକିସ୍ତାନ ଯୋଡ଼ି ମୁଜାମ୍ମିଲ ମୁର୍ତାଜା ଓ ମାକିଲ ଖାନଙ୍କ ମଧ୍ୟରେ ଏହି ମୁକାବିଲା ଚାଳିଥିଲା । ଏହି ଖେଳରେ ଭାମ୍ବ୍ରି ଓ ମ୍ୟାୟେନିଙ୍କ ଉଚ୍ଚକୋଟୀର ଦକ୍ଷତା ଦେଖିବାକୁ ମିଳିଥିଲା ।

ଏହି ମୁକାବିଲାରେ ପାକିସ୍ତାନ ଯୋଡ଼ି ଭାରତୀୟ ଯୋଡ଼ିଙ୍କ ଆଗରେ ହାର୍ ମାନିଯାଇଥିଲେ । ଟେନିସ୍ କ୍ରୀଡ଼ାର ବିଶ୍ୱକପ କୁହାଯାଉଥିବା ଏହି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ ଅଷ୍ଟମ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ଟିମ୍ ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ବିଶ୍ୱ ଗ୍ରୁପ-୧ରେ ରହିବ ଓ ପାକିସ୍ତାନ ଗ୍ରୁପ-୨ରେ ରହିବ ।

Get real time updates directly on you device, subscribe now.