fbpx
BJD SKY
BJD SKY

ପାକିସ୍ତାନକୁ ଧୂଳି ଚଟାଇଲା ଟିମ ଇଣ୍ଡିଆ: ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକରେ ବାଜି ମାରିଲା ଭାରତ

BJD

ବର୍ମିଂହାମ: କମନୱେଲଥ ଗେମର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ନିଜର ଦ୍ୱିତୀୟ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ଉପରେ ହାସଲ କରିଛି ବିଶାଳ ବିଜୟ । ସ୍ମୃତି ମନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପାକିସ୍ତାନ ଆଜି ଭାରତ ଆଗରେ ହାର ମାନିଛି । ପାକିସ୍ତାନର ୧୦୦ ରନର ଲକ୍ଷ୍ୟକୁ ୮ ଓଭର ବାକି ଥାଇ ହାସଲ କରି ନେଇଛି ବ୍ଲୁ ବ୍ରିଗେଡ । ତେବେ ପୂର୍ବତନ ଅଧିନାୟିକା ସ୍ମୃତି ମନ୍ଧାନା ଖେଳିଛନ୍ତି ଏକ ଦମଦାର ପାରି ।

CWC 2022: Smriti Mandhana - India's taliswoman at the top- The New Indian  Express

୧୦୦ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲଇଥିଲା ଭାରତୀୟ ମହିଳା କ୍ରିକେଟ ଟିମ । ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନା ଚତୁରତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ଷଷ୍ଠ ଓଭରରେ ବ୍ୟକ୍ତିଗତ ମାତ୍ର ୧୬ ରନ କରିଥିବା ବେଳେ ତୁବା ହସନଙ୍କ ଶିକାର ହୋଇଥିଲେ ଶେଫାଳୀ ବର୍ମା । ୯ ବଲରୁ ଗୋଟିଏ ଛକା ଏବଂ ୨ଟି ଚୌକା ସହ ୧୬ ରନ କରି ସେ ପାଭିଲିୟନ ଫେରି ଯାଇଥିଲେ । କିନ୍ତୁ ଏହାପରେ ପାକିସ୍ତାନ ପାଇଁ ଦୁଃସ୍ୱପ୍ନ ପାଲଟି ଯାଇଥିଲେ ସ୍ମୃତି ମନ୍ଧାନା । ପାକିସ୍ତାନର ଗୋଟିଏ ପରେ ଗୋଟିଏ ବୋଲରଙ୍କୁ ମନ୍ଧାନା ଟାର୍ଗେଟ କରିଥିଲେ । ତେବେ ସଭିନେନୀ ମେଘନା ମଧ୍ୟ ମନ୍ଧାନାଙ୍କ ସାଥ ଦେଉଥିଲେ । ୧୬ ବଲରୁ ୨ ଚୌକା ସହ ୧୪ ରନ କରି ଆଉଟ ହୋଇଥିଲେ ମେଘନା ।

ତେବେ ଅନ୍ୟ ପଟରେ ଦଳକୁ ବିଜୟ ଦେବାର ପ୍ରତିଜ୍ଞା କରି ଠିଆ ହୋଇଥିଲେ ସ୍ମୃତି ମନ୍ଧାନା । ଶେଷରେ ୪୨ ବଲରୁ ସେ ୬୩ ରନ ସଂଗ୍ରହ କରି ଦଳକୁ ଏକ ସହଜ ବିଜୟ ଦେଇଛନ୍ତି । ଏହି ପାଳିରେ ତାଙ୍କର ୮ଟି ଚୌକା ଏବଂ ୩ଟି ଛକା ସାମିଲ ରହିଛି । ଏହି ମ୍ୟାଚ ସହ ଟୁର୍ଣ୍ଣାମେଣ୍ଟରେ କମବ୍ୟାକ କରିଛି ଟିମ ଇଣ୍ଡିଆ ।

CWG 2022: ಇಂದು ಭಾರತ- ಪಾಕಿಸ್ತಾನ ಹೈವೋಲ್ಟೇಜ್ ಕದನ: ಸೋತರೆ ಕಾಮನ್​ವೆಲ್ತ್​ನಿಂದ ಔಟ್  | INDW vs PAKW India will next meet arch rivals Pakistan in their fixture  at the Commonwealth Games 2022 - Prajanews

ସେପଟେ ପାକିସ୍ତାନ ପକ୍ଷରୁ ତବୁ ହସନ ଏବଂ ଓମାଇମା ଶୋହେଲ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି । ଭାରତ ପକ୍ଷରୁ ସ୍ନେହ ରାଣା ଏବଂ ରାଧା ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମେଘନା ସିଂହ ଏବଂ ରେଣୁକା ସିଂ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଏଥିରେ ନିଜ ନାଁ ଯୋଡି ଦେଇଛନ୍ତି ଓପନର ଶେଫାଳୀ ବର୍ମା । ୨ ଓଭର ବୋଲିଂ କରି ସେ ମଧ୍ୟ ପାକିସ୍ତାନର ଫତିମା ସନାଙ୍କୁ ଶିକାର କରିଛନ୍ତି ।

Get real time updates directly on you device, subscribe now.