fbpx

ଚୀନ୍ ସହ ତିକ୍ତତା ମଧ୍ୟରେ ଲଦାଖ ଯିବା ପାଇଁ ୩ୟ ରାସ୍ତା ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ,୨୨ ।୮: ଭାରତ ନିଜର ସୀମା ସହିତ ଭଲରେ ସଂଯୋଗ ରଖିବାକୁ ଲଦାଖ ଯିବା ପାଇଁ ତୃତୀୟ ରାସ୍ତା ନିର୍ମାଣ କରିଛି । ଚୀନ୍ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସହ ନିମ୍ମୁ-ପଡୁମ୍-ଡରଚା ବା ଏନପିଡି ରୋଡର ନିର୍ମାଣ ୨୦୨୫ ସୁଦ୍ଧା ଶେଷ ହୋଇପାରେ । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଏହି ରାସ୍ତାର ଯୋଜନା କରାଯାଇଥିଲା ।

ଏହି ନୂଆ ରାସ୍ତା ଲେହ ଓ ମନାଲୀକୁ ଯୋଡିବା ସହ ବର୍ଷସାରା ଏହି ରାସ୍ତାରେ ଯାତ୍ରା କରିହେବ । ବର୍ତ୍ତମାନ ଶୀତଋତୁରେ ତୁଷାରପାତ ହେତୁ ମନାଲିରୁ ଲଦାଖ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଛି । ତେବେ ଏଦାଖକୁ ଯାଉଥିବା ଏନପିଡି ରାସ୍ତା ପ୍ରାୟ ୨୯୭ କିଲୋମିଟରର ହେବ । ଏହା ଫଳରେ ଶ୍ରୀନଗରରୁ ଲେହ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇବ । ୨୦୧୯ ଜୁଲାଇରେ ଏହି ପ୍ରକଳ୍ପ ପାଇଁ ୨୨୭୯.୧୩ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା ।

Get real time updates directly on you device, subscribe now.