fbpx

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଲଢ଼େଇରେ ହଜିଗଲା ଏକ ଲକ୍ଷ ଚାକିରି : କୋଟି କୋଟି ଟଙ୍କାର କ୍ଷତି

Advertisement

ନୂଆଦିଲ୍ଲଈ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ‘ଲଢ଼େଇ’ ଉଭୟ ଦେଶ ଉପରେ ଅଧିକ ପ୍ରଭାବ ପକାଉଛି । ଏହି କାରଣରୁ, ଗତ କିଛି ବର୍ଷ ମଧ୍ୟରେ ୧ ଲକ୍ଷ ଚାକିରି ଚାଲିଯିବା ସହ କୋଟି କୋଟି ଟଙ୍କା କ୍ଷତି ମଧ୍ୟ ହୋଇଛି ।

ଏହା ଏକ ସୀମା ଯୁଦ୍ଧ ନୁହେଁ ବରଂ ପରସ୍ପର ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ । ତଥାପି ଏହାର ତାର ସୀମା ଯୁଦ୍ଧ ସହିତ ସଂଯୁକ୍ତ । ଏହା ଚୀନ୍ ଏବଂ ଭାରତ ଯାତ୍ରା କରୁଥିବା ଅଧିକାରୀଙ୍କୁ ମଧ୍ୟ ପ୍ରଭାବିତ କରୁଛି । ସେମାନଙ୍କୁ ଭିସା ପାଇବାରେ ବିଳମ୍ବ ହେଉଛି ।

ଜାଣନ୍ତୁ କ’ଣ ରହିଛି ମାମଲା :-
୪ ବର୍ଷ ପୂର୍ବେ ଗାଲୱାନରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷ ଯୋଗୁଁ ଦୁଇ ଦେଶ ମଧ୍ୟରେ ବହୁତ ତିକ୍ତତା ଦେଖାଦେଇଥିଲା । ସେବେଠାରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କରେ ଦୂରତା ରହିଆସିଛି । ଏହାର ପ୍ରଭାବ ଏପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି । ଏହି ‘ସଂଗ୍ରାମ’ ହେତୁ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀମାନେ ଗତ ୪ ବର୍ଷ ମଧ୍ୟରେ ଉତ୍ପାଦନରେ ୧୫ ବିଲିୟନ ଡଲାର (ପ୍ରାୟ ୧.୨୫ ଲକ୍ଷ କୋଟି) କ୍ଷତି ସହିଛନ୍ତି ।

କେବଳ ଏତିକି ନୁହେଁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାକିରି ଉପରେ ମଧ୍ୟ ପ୍ରଭାବ ପକାଇଛି । ଗତ ୪ ବର୍ଷ ମଧ୍ୟରେ ୧ ଲକ୍ଷ ଚାକିରି ସୁଯୋଗ ମଧ୍ୟ ହଜିଯାଇଛି । ଯଦି ଏସବୁ ହୋଇନଥାନ୍ତା, ତେବେ ଏହି ୪ ବର୍ଷରେ ଏକ ଲକ୍ଷ ଲୋକ ଚାକିରି ପାଇଥାନ୍ତେ । କେବଳ ଏତିକି ନୁହେଁ, ବିଭିନ୍ନ ମନ୍ତ୍ରଣାଳୟକୁ ପଠାଯାଇଥିବା ସ୍ମାରକପତ୍ରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପ କହିଛି ଯେ ୨ ବିଲିୟନ ଡ଼ଲାର (ପ୍ରାୟ ୧୬,୭୧୦ କୋଟି ଟଙ୍କା) ବ୍ୟତୀତ ଭାରତ ମଧ୍ୟ ୧୦ ବିଲିୟନ ଡ଼ଲାରର ରପ୍ତାନି ସୁଯୋଗ ହରାଇଛି (ପ୍ରାୟ ୮୩,୫୫୦ କୋଟି) ।

Get real time updates directly on you device, subscribe now.