fbpx

ସିନେମାକୁ ପୁରିଲା ୧୦୮ ବର୍ଷ: ଆଜି ରିଲିଜ୍ ହୋଇଥିଲା ଭାରତର ପ୍ରଥମ ଫିଲ୍ମ

ମୁମ୍ବାଇ, ୦୩ ।୦୫ (ଓଡ଼ିଶା ଭାସ୍କର) : ହିନ୍ଦୀ ସିନେମାକୁ ଆଜି ୧୦୮ ବର୍ଷ ପୁରିଛି । ୧୯୧୩ ମସିହାରେ ଆଜିର ଦିନରେ ଭାରତର ପ୍ରଥମ ଫିଚର୍ ଫିଲ୍ମ ରିଲିଜ୍ ହୋଇଥିଲା । ଆଉ ତା ନାଁ ଥିଲା “ରାଜା ହରିଶ୍ଚନ୍ଦ୍ର” । ହେଲେ ଏବେ ସେହି ସମୟ ତୁଳନାରେ ସିନେମା ଜଗତରେ ଅନେକ କିଛି ପରିବର୍ତ୍ତନ ଆସିଯାଇଛି । ଯାହା ଆପଣ ମାନେ ତାକୁ ଦେଖିଲେ ଅନୁମାନ ଲଗାଇପାରିବେ । ସେତେବେଳେ କିଛି କଳାକାର ବିଭିନ୍ନ ଅସୁବିଧା ଥାଇ ବି ଏହି ଫିଚର୍ ଫିଲ୍ମକୁ ରିଲିଜ୍ କରାଇପାରିଥିଲେ । ଦାଦା ସାହେବ ଫାଲ୍କେ ଲଣ୍ଡନରୁ ଫେରିବା ପରେ “ରାଜା ହରିଶ୍ଚନ୍ଦ୍ର” ଫିଲ୍ମ ତିଆରି କରିଥିଲେ । ଏହାପୁର୍ବରୁ ଭାରତର ଲୋକ ମାନଙ୍କ ସହ ଫିଲ୍ମ ସହ କିଛି ସମ୍ପର୍କ ନଥିଲା । ଏହି ଫିଲ୍ମକୁ ଭାରତର ଫୁଲ୍ ଲେନ୍ଥ ଫିଚର୍ ଫିଲ୍ମ କୁହାଯାଏ ।

ତେବେ “ରାଜା ହରିଶ୍ଚନ୍ଦ୍ର” ଫିଲ୍ମଟି ମୁକ ଫିଲ୍ମ ଥିଲା । ସେଥିରେ ସବୁ କିଛି ଡାଇଲଗ୍ କେବଳ ଠାରରେ କୁହାଯାଇଥିଲା । ଆଉ ସେତେବେଳେ ଆମ ଦେଶ ଇଂରେଜମାନଙ୍କ ଅଧୀନରେ ଥିଲା । ଭାରତୀୟ ମାନେ ପ୍ରତି କ୍ଷଣ ଚେଷ୍ଟା କରୁଥିଲେ ଯେ କିପରି ସେମାନଙ୍କ ଠାରୁ ମୁକ୍ତି ପାଇବେ । ତେଣୁ ଦାଦା ସାହେବ ଫାଲ୍କେ ଏହି ଫିଲ୍ମର ମୁଳଦୁଆରେ ଇଂରେଜ ମାନଙ୍କ ସହ ଲଢ଼େଇ କରୁଥିବା କିଛି ମୁହୁର୍ତ୍ତ ରଖିଥିଲେ । କାରଣ ସେହି ସମୟରେ ସବୁ ହିନ୍ଦୁସ୍ତାନୀ ମାନଙ୍କ ମନରେ ଗୋଟିଏ କଥା ରହିଥିଲା କିପରି ଭାରତକୁ ସ୍ୱାଧୀନ କରିବା ଏବଂ ଇଂରେଜ ଶାସନକୁ ହଟାଇବା ।

ଫିଲ୍ମର ଟାଇଟଲ୍ ରୁ ଆପଣ ମାନେ ଜାଣିପାରୁଥିବେ ଯେ ଏହା ରାଜା ହରିଶ୍ଚନ୍ଦ୍ରଙ୍କ ମହାନତାକୁ ନେଇ ତିଆରି କରାଯାଇଥିଲା । ଏଥିରେ ଜଣେ ସାଧୁ ତାଙ୍କ ସହ ଛଳ କରି ତାଙ୍କଠାରୁ ରାଜ୍ୟ ଛଡାଇନେଉଛି ଏବଂ ତାଙ୍କୁ ବେସାହାରା କରି ଦେଉଛି । ସେତେବେଳେ ରାଜା ହରିଶ୍ଚନ୍ଦ୍ରକୁ ଏଠାରେ ଭାରତ ଦେଶ ଭାବରେ ସମ୍ବୋଧନ କରାଯାଇଥିଲା । ଏଥିସହ ଉକ୍ତ ସାଧୁକୁ ଇଂରେଜ ମାନଙ୍କ ତୁଳନା କରାଯାଇଥିଲା ।

ସେହିପରି ଆଜି କାଲି ଫିଲ୍ମର ବଜେଟ୍ କୋଟି କୋଟି ଟଙ୍କା ଛୁଉଁଥିବା ବେଳେ “ରାଜା ହରିଶ୍ଚନ୍ଦ୍ର” ଫିଲ୍ମର ବଜେଟ୍ ଥିଲା ୧୫ ହଜାର ଟଙ୍କା । ଆହୁରି ମଧ୍ୟ ଏହି ଫିଲ୍ମରେ କୌଣସି ମହିଳା କାମ କରିନଥିଲେ । କେବଳ ପୁରୁଷ ମାନେ ହିଁ କାମ କରିଥିଲେ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦାଦା ସାହେବ ଫାଲ୍କେ ଫିଲ୍ମର ଅଭିନେତ୍ରୀ କିଏ ହେବ ଖୋଜିବାକୁ ଯାଇ ରେଡ୍ ଲାଇଟ୍ ଏରିୟାକୁ ଚାଲିଯାଇଥିଲେ । ଆଉ ଏହି ଫିଲ୍ମକୁ ପୁରା କରିବାକୁ ପୁରା ୭ ମାସ ୨୧ ଦିନ ଲାଗିଥିଲା । ଏହାର ସୁଟିଂ ମୁମ୍ବାଇ ରେ ହୋଇଥିଲା ।

ତେବେ ମେ ୩, ୧୯୧୩ ମସିହାରେ ବମ୍ବେ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ ଥିଲା । ଗ୍ରୀଷ୍ମଜ୍ୱାଳା ଲାଗିରହିଥିବା ବେଳେ ଲୋକମାନେ ଫିଲ୍ମକୁ ଦେଖିବାକୁ ଗିରଗାଁଓର କରୋନେଶସନ୍ ଥିଏଟର୍ ରେ ଟିକେଟ୍ ପାଇଁ ଲମ୍ବା ଲାଇନ୍ ଲଗାଇଥିଲେ । ଏହା ୫୦ ମିନିଟର ଥିଲା । ଆଉ ଏହାର ପୋଷ୍ଟର ସବୁ ମରାଠୀ ଏବଂ ଇଂରାଜୀରେ ତିଆରି ହୋଇଥିଲା ।

 

Get real time updates directly on you device, subscribe now.