fbpx

ଏମିତି ଏକ ବିଷୟରେ ଅଧ୍ୟୟନ କରିବା ଯୋଗୁ ଛାତ୍ରଙ୍କୁ ଯିବାକୁ ପଡିଲା ଜେଲ୍ !

ନୂଆଦିଲ୍ଲୀ ୦୩ ।୦୫ (ଓଡ଼ିଶା ଭାସ୍କର) : କଲେଜ ଛାତ୍ରଙ୍କୁ ନିଜର ପାଠ ପଢା ପାଇଁ ଜେଲରେ ରଖାଯିବା କଥା କେବେ ଶୁଣି ନଥିବେ । ଏଭଳି ଏକ ଘଟଣା ମିଶର ଦେଶରେ ଘଟିଛି । ଅଷ୍ଟ୍ରିଆର ସେଣ୍ଟ୍ରାଲ ୟୁରୋପୀୟ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ଏବଂ ନେତୃତ୍ତ୍ୱ ବିଜ୍ଞାନର ଛାତ୍ର ଅହମ୍ମଦଙ୍କୁ ତାଙ୍କ ରିସର୍ଚକୁ ନେଇ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜେଲରେ ରଖାଯାଇଛି । ଅହମ୍ମଦଙ୍କ ଏକ ଗାର୍ଲଫ୍ରେଣ୍ଡ ଅଛି ଯାହାଙ୍କ ନାମ ସୋହେଲା । ସେ ବେଲଜିୟମରେ ଅଧ୍ୟୟନ କରନ୍ତି । ଉଭୟ ୨ ବର୍ଷ ହେବ ଲଙ୍ଗ୍ ଡିଷ୍ଟାନ୍ସ୍ ପ୍ରେମ ସମ୍ପର୍କରେ ଅଛନ୍ତି ।

ଭାଇସ୍ ୱାର୍ଲ୍ଡ ନ୍ୟୁଜ୍ ସହିତ ଏକ ସାକ୍ଷତକାରରେ ସୋହେଲା କହିଛନ୍ତି ଯେ ଅହମ୍ମଦଙ୍କ ଜଣେ ବନ୍ଧୁଙ୍କୁ ମିଶରରେ ଗର୍ଭପାତର ଏକ ଭୟଙ୍କର ଅନୁଭୂତି ଦେଇ ଗତି କରିବାକୁ ପଡିଥିଲା । ସେ ନିଜ ସାଙ୍ଗର କାହାଣୀ ସହିତ ବହୁତ ଭାବପ୍ରବଣ ହୋଇପଡିଥିଲେ ।ତେଣୁ ଅହମ୍ମଦ ନିଷ୍ପତ୍ତି ନେଇଥିଲେ ଯେ ସେ ଇଜିପ୍ଟ ଏବଂ ଇସଲାମର ଗର୍ଭପାତ ଆଇନ ଉପରେ ରିସର୍ଚ କରିବେ। ଅହମ୍ମଦ ଯେତେବେଳେ ଅଷ୍ଟ୍ରିଆରୁ ମିଶରକୁ ଫେରୁଥିଲେ ସେତେବେଳେ ତାଙ୍କ ହାତରେ ଏକ ଲିଙ୍ଗ ଅଧ୍ୟୟନ କରୁଥିବା ପୁସ୍ତକ ଥିଲା । ଶେରୁମ୍ ଅଲ ଶେଖ ଅନ୍ତର୍ଜାତୀୟ ବିମାନବନ୍ଦର ଅହମ୍ମଦ ପହଁଞ୍ଚିବା ପରେ ଅଧିକାରୀମାନେ ତାଙ୍କର ଲିଙ୍ଗ ଅଧ୍ୟୟନର ପୁସ୍ତକ ବିଷୟରେ ପଚାରିବା ଆରମ୍ଭ କରିଥିଲେ।

ଏହାପରେ ତାଙ୍କୁ ଯିବାକୁ ଦେଇଥିଲେ । ହେଲେ ୨ ସପ୍ତାହ ମଧ୍ୟରେ ପୋଲିସ ତାଙ୍କ ଘରେ ପହଞ୍ଚି ମହମ୍ମଦଙ୍କୁ କାୟରୋ ସ୍ଥିତ ଲିମାନ ଜେଲରେ ବନ୍ଦ କରି ଦେଇଥିଲେ । ଏହି ଜେଲରେ ଥିବା କଏଦିମାନଙ୍କ ସହ ନୃସଂସଙ୍କ ଭଳି ବ୍ୟବହାର କରାଯାଏ । ଏହି ଜେଲର ନିମୟ ହେଲା ମାସକ ମଧ୍ୟରେ ଥରେ ପରିବାର ଲୋକ ଦେଖା କରିବା ପାଇଁ ଆସିବେ ଏବଂ କପଡା ଆଉ ଖାଇବା ଦେଇ ଯାଇପାରିବେ ।  ଅହମ୍ମଦର ଗାର୍ଲ୍ ଫ୍ରେଣ୍ଡ୍ ସୋହେଲା ତାଙ୍କୁ ଦେଖା କରିବା ପାଇଁ ଆସିପାରିବ ନାହିଁ । କାରଣ ସେ ଦୁଇ ଜଣଙ୍କର ବର୍ତ୍ତମାନ ଯାଏ ବିବାହ ହୋଇନାହିଁ ।

ଅନ୍ୟପଟେ ୨୦୨୦ ମସିହା ଫେବୃଆରୀ ମାସରେ ଅହମ୍ମଦଙ୍କ ବନ୍ଧୁ ପାଟ୍ରିକ୍ ଜର୍ଜଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଜର୍ଜ ଇଟାଲୀ ବିଶ୍ୱବିଦ୍ୟାଳୟରେ ଲିଙ୍ଗ ଅଧ୍ୟୟନ କରୁଥିବା ତାଙ୍କ ବରୋଧରେ ଆତଙ୍କବାଦ ଅଭିଯୋଗ କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲରେ ଜର୍ଜଙ୍କୁ ଜେଲରୁ ବାହାରିବାରେ ସାହାଯ୍ୟ କରିବାକୁ ଇଟାଲୀ ପ୍ରଶାସନ ନାଗରିକତ୍ୱ ପାଇଁ ଚେଷ୍ଟା କରୁଛି। ସୂଚନା ଅନୁସାରେ, ସୋହିଲା ଏହି ମାମଲାରେ ଆମ୍ନାଷ୍ଟେ ଇଣ୍ଟରନ୍ୟାସନାଲ୍, ରିସ୍କରେ ପଣ୍ଡିତ, ହ୍ୟୁମାନ୍ ରାଇଟ୍ସ ୱାଚ୍ ଏବଂ ଭିଏନା ଷ୍ଟୁଡେଣ୍ଟ ୟୁନିଅନକୁ ଭେଟ କରିଛନ୍ତ । ଅହମ୍ମଦଙ୍କୁ ଜେଲରୁ ବାହର କରିବା ପାଇଁ ସୋହେଲା ନିଜର ଚେଷ୍ଟା ଜାରି ରଖିଛନ୍ତି । କିଛିଦିନ ପୂର୍ବରୁ ଅହମ୍ମଦଙ୍କ ମୁକ୍ତିକୁ ନେଇ ଲୋକେ ବାହାରେ ବିରୋଧ କରୁଥିବାର ଦେଖିବାକୁ ମିଳିଥିଲା ।

 

Get real time updates directly on you device, subscribe now.