fbpx

ଅକ୍ସିଜେନ୍ ଅଭାବରୁ ପୁଣି ୨୪ ରୋଗୀଙ୍କ ମୃତ୍ୟୁ: ସରକାରଙ୍କୁ ଘେରିଲା କଂଗ୍ରେସ

ବେଙ୍ଗାଲୁରୁ, ୩ା୫: ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଉଛି, ତା’ଠାରୁ ଅଧିକ ମାତ୍ରାରେ ଅକ୍ସିଜେନ ଅଭାବରୁ ଲୋକେ ମୃତ୍ୟୁବରଣ କରୁଛନ୍ତି । କର୍ଣ୍ଣାଟକର ଚାମରାଜନଗର ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ ଘଣ୍ଟାରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଦେଶରେ ଅକ୍ସିଜେନ ଅଭାବରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ସମାଲୋଚନା କରାଯିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିବା ଜଣାପଡ଼ିଛି ।

ଏହି ଘଟଣାଟି ମୃତ୍ୟୁ ନା ହତ୍ୟା ବୋଲି ଟ୍ୱିଟ୍ କରିଛନ୍ତି ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେ ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇବା ସହ କରୋନା ଟିକାକରଣର ଶିଥିଳତା ନେଇ କେନ୍ଦ୍ର ସକରାରଙ୍କୁ ଟାର୍ଗେଟ୍ କରିଛନ୍ତି । ସରକାରଙ୍କ ଦୋଷଦୁର୍ବଳତା ଯୋଗୁଁ କରୋନା ବିରୋଧରେ ଯୁଦ୍ଧ ଜିତି ହେବ ନାହିଁ ବୋଲି ରାହୁଲ କଟାକ୍ଷ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ଏହି ହତ୍ୟା ପାଇଁ ଦାୟୀ ବୋଲି କଂଗ୍ରେସ ମହାସଚିବ ତଥା କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୂରଜେୱାଲା କହିଛନ୍ତି ।

Get real time updates directly on you device, subscribe now.