fbpx

ଭାରତର ପ୍ରୟାସକୁ ହନୁମାନ ଓ ସଞ୍ଜୀବନୀ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜେର୍ ବୋଲସୋନାରୋ । ସେ ଭାରତର ପ୍ରୟାସକୁ ହନୁମାନ ଓ ସଞ୍ଜୀବନୀ ସହ ତୁଳନା କରିଛନ୍ତି । ଭାରତକୁ ହାଇଡ୍ରୋକ୍ଲୋରୋକୁଇନ ଔଷଧ ପାଇଁ ମଧ୍ୟ ସେ ଚିଠି ମାଧ୍ୟମରେ ସାହାଯ୍ୟ ମାଗିଛନ୍ତି । ହନୁମାନ ଜୟନ୍ତୀ ଅବସରରେ ରାମାୟଣର ଉଦାହରଣ ଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି ।
ଉଲ୍ଲେଖଯୋଗ୍ୟ ଯେ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବ୍ରାଜିଲରେ ୧୪୦୪୯ଜଣ ଆକ୍ରାନ୍ତ ଥିବା ବେଳେ ୬୮୮ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଭାରତରେ ୧୪୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୬୪୩ଜଣ କରୋନାରେ ସଂକ୍ରମିତ ଅଛନ୍ତି । ଭାରତରେ ୪୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.