fbpx
BJD SKY
BJD SKY

କମନୱେଲଥ ଗେମରେ ଆଜି ଅଷ୍ଟ୍ରେଲିଆ ସହ ଯୁଦ୍ଧ: ଭାରତର ବ୍ୟାଟିଂ ନିଷ୍ପତ୍ତି

BJD

ବର୍ମିଂହାମ: ଜୁଲାଇ ୨୮ ତାରିଖରୁ ଆରମ୍ଭ ହୋଇ ଯାଇଛି କମନୱେଲଥ ଗେମ-୨୦୨୨ । ଚଳିତବର୍ଷ ମହିଳା କ୍ରିକେଟକୁ ଏହି ପ୍ରତିଯୋଗିତାରେ ସ୍ଥାନ ଦିଆଯାଇଛି । ତେବେ ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ ।

ଆଜି ବିଶ୍ୱ ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ କମନୱେଲଥ ଗେମର ପ୍ରଥମ କ୍ରିକେଟ ମ୍ୟାଚ ଖେଳୁଛି ଭାରତ । ଟିମ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଗତ ୫ଟି ମ୍ୟାଚରେ ଭାରତର ପ୍ରଦର୍ଶନ ଖରାପ ରହିଛି । ଭାରତ ଏହି ମ୍ୟାଚ ମଧ୍ୟରୁ ମାତ୍ର ଗୋଟିଏ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଶେଷ ୫ଟି ମ୍ୟାଚରୁ ୩ଟିରେ ବିଜୟ ହାସଲ କରିଛି ।

ତେବେ ଏହି ମ୍ୟାଚ ସହିତ ନିଜ ଡେବ୍ୟୁ ମ୍ୟାଚ ଖେଳିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ମେଘନା ସିଂ । ତାଙ୍କ ବ୍ୟତୀତ ସ୍‌ୃତି ମନ୍ଧାନା, ଶେଫାଳୀ ବର୍ମା, ୟାସ୍ତିକା ଭାଟିଆ, ଜେମିମା ରୋଡ୍ରିଗସ, ହରଲୀନ ଦେଓଲ, ଦିପ୍ତୀ ଶର୍ମା, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ଏବଂ ରେଣୁକା ଠାକୁର ଦଳରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.