ଭୁବନେଶ୍ବର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି । ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ କ୍ରିକେଟ ଦଳର ଖେଳାଳି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
ଭୁବନେଶ୍ବରରେ ପହଞ୍ଚିବା ପରେ ହୋଟେଲ୍ ଅଭିମୁଖେ ବାହାରିଲେ ୨ଟି ଟିମ୍ର ଖେଳାଳି । ଭୁବନେଶ୍ବର ବିମାନ ବନ୍ଦରରୁ ହୋଟେଲ୍ ଅଭିମୁଖେ ବାହାରିଲେ । ୨ଟି ବସ୍ରେ ଗଲେ ଭାରତ ଓ ଇଂଲଣ୍ଡ ଟିମ୍ର ଖେଳାଳି ।
ବସ୍ରେ ବସିଛନ୍ତି ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । କଡା ସୁରକ୍ଷା ବଳୟ ମଧ୍ୟ ସେମାନଙ୍କୁ ଭୁବଗନେଶ୍ବରର ମେ ଫେୟାରରେ ରଖାଯାଇଛି । ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ସେମାନଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ଦେଖିବା ପାଇଁ ମିଳିଥିଲା । କେବଳ ବିମାନବନ୍ଦର ନୁହେଁ ହୋଟେଲ ବାହାରେ ମଧ୍ୟ ବହୁ କ୍ରିକେଟ୍ ଫ୍ୟାନ୍ ଖେଳାଳିଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ।
ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ହୋଟେଲରେ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ କରାଯାଇଛି । ଆସନ୍ତାକାଲି ଅଭ୍ୟାସ କରି 9 ତାରିଖରେ ମୈଦାାନକୁ ଓହ୍ଲାଇବେ ଖେଳାଳୀ ।