fbpx

କୁଏତର ଶାସକଙ୍କ ଦେହାନ୍ତକୁ ନେଇ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଭାରତ ସରକାର, ଅର୍ଦ୍ଧ ନମିତ ରହିବ ଜାତୀୟ ପତାକା

AAKASH

ନୂଆଦିଲ୍ଲୀ: କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତଙ୍କକୁ ନେଇ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ଭାରତ ସରକାର। ଆସନ୍ତା ରବିବାର (୧୭ ଡିସେମ୍ବର)ତାରିଖ ଦିନରେ ଏହି ଶୋକ ପାଳନ କରାଯିବ । ତେବେ ଏହି ଅବଧି ମଧ୍ୟରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ। ଗୃହ ମନ୍ତ୍ରଣାଳୟ କହିଛି ଯେ ଆମୀର ଶେଖଙ୍କ ସମ୍ମାନାର୍ଥେ ଭାରତ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ପତାକା ଭାରତର ସମସ୍ତ ଅଟ୍ଟାଳିକା ଉପରେ ହାଫ୍ ମାଷ୍ଟରେ ଉଡ଼ାଯିବ ଯେଉଁଠାରେ ଜାତୀୟ ପତାକା ନିୟମିତ ଭାବେ ଉଡ଼ାଯାଏ। ଏହି ସମୟ ମଧ୍ୟରେ କୌଣସି ମନୋରଞ୍ଜନ ହେବ ନାହିଁ ବୋଲି କୁହାଯାଇଛି।

ଏଠାରେ କହି ରଖୁଛୁ ଯେ, କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ଜାବର ଅଲ ସାବଙ୍କର ୮୬ ବର୍ଷ ବୟସରେ ଦେହାନ୍ତ ଘଟିଛି। ଶନିବାର ବା ଗତକାଲି କୁଏତର ସରକାରୀ ଟେଲିଭିଜନ ପକ୍ଷରୁ ଏନେଇ ପ୍ରଥମେ ସୂଚନା ମିଳିଥିଲା। ନିଶ୍ୱାସ ପ୍ରଶ୍ୱାସ ହେତୁ ତାଙ୍କୁ ନିକଟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଥିଲେ। ଏହାକୁ ନେଇ ମୋଦୀ କହିଥିଲେ ଯେ ଶେଖ ନୱାଫଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ ଜାଣି ସେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାର ରାଜ ପରିବାର ଏବଂ କୁଏତର ଲୋକଙ୍କୁ ଆମେ ଗଭୀର ସମବେଦନା ଜଣାଉଛୁ।

 

Get real time updates directly on you device, subscribe now.