fbpx
BSKY
BJD YOUTH SKY
BJD MS SKY

ରତନ ଟାଟାଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସ ହାତରେ ଧରାପଡ଼ିଲା ଅଭିଯୁକ୍ତ

ମୁମ୍ବାଇ: ନିକଟରେ ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିବା ପରେ ବର୍ତ୍ତମାନ ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ପାଳି । ମୁମ୍ବାଇ ପୋଲିସକୁ ରତନ ଟାଟାଙ୍କ ନାଁ ରେ ଏକ ଫୋନ୍ କଲ ମାଧ୍ୟମରେ ମିଳିଛି ହତ୍ୟା ଧମକ । ଏହା ପରେ ମୁମ୍ବାଇ ପୋଲିସ ସତର୍କ ହୋଇଯାଇଥିଲା । ଫୋନ୍ ଟ୍ରାକ କରିବା ପରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି କର୍ଣ୍ଣାଟକରୁ ଧରାପଡ଼ିଛି ।

ସେ ସିଜୋପ୍ରେନିଆ(Schizophrenia) ରୋଗରେ ପୀଡ଼ିତ ଥିବାରୁ ପୋଲିସ ଗିରଫ କରିନଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ କାଉନସିଲଂ ଚାଲିଥିବା ବେଳେ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଅଭିଯୁକ୍ତ ଚେତାବନୀ ଦେଇଥିଲେ । ଏପରି ନ ହେଲେ ତାଙ୍କ ଅବସ୍ଥା ବି ସାଇରସ ମିସ୍ତ୍ରୀଙ୍କ ଭଳି ହେବ ବୋଲି ସେ କହିଥିବା ମୁମ୍ବାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.