fbpx

ଚଳନ୍ତା ବସରେ ଯୁବତୀଙ୍କୁ ଦୁଷ୍କର୍ମ କଲା ଡ୍ରାଇଭର; ହାଇ ଭଲ୍ୟୁମ୍‌ରେ ଗୀତ ବଜାଇ ଗାଡ଼ି ଚଳାଉଥିଲା କଣ୍ଡକ୍ଟର

ଜୟପୁର: ଚଳନ୍ତା ବସରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କାନପୁରରୁ ଜୟପୁର ବସ୍ ରେ ଯାଉଥିଲେ ଜଣେ ଯୁବତୀ। ଡିସେମ୍ବର ୯ ତାରିଖରେ ଘଟିଥିଲା ଏହି ଘଟଣା। ଯୁବତୀଙ୍କ ରିପୋର୍ଟ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ବସ୍ ର କେବିନ୍ ରେ ତାଙ୍କୁ ଏକୁଟିଆ ଦେଖି ଡ୍ରାଇଭର ତାଙ୍କୁ ଦୁଷ୍କର୍ମ କରିଥିଲେ। ପଟି ଶୁଣି ଯାତ୍ରୀମାନେ ବସ୍ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ଡ୍ରାଇଭର ବିରୋଧରେ କନୋଟା ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା।

ଉତ୍ତରପ୍ରଦେଶର ଜଣେ ୧୯ ବର୍ଷୀୟା ଯୁବତୀ କାନପୁରରୁ ଜୟପୁର ଅଭିମୁଖେ ଏକ ଘରୋଇ ବସରେ ଚଢ଼ିଥିଲେ। ବସ୍ କାନପୁରରୁ ବାହାରିବାର ପ୍ରାୟ ଅଧ ଘଣ୍ଟା ପରେ ଡ୍ରାଇଭର ତାଙ୍କୁ କହିଲେ- ମଦ ପିଇ ପୁଅମାନେ ଆପଣଙ୍କ ସିଟ୍ ପାଖରେ ବସିଛନ୍ତି, ଆପଣ କେବିନ୍ କୁ ଆସି ମୋ ପାଖରେ ବସନ୍ତୁ। ଡ୍ରାଇଭରଙ୍କ ନିର୍ଦ୍ଦେଶରେ ସେ ନିଜ ସିଟ୍ ରୁ ଉଠି କ୍ୟାବିନ୍ କୁ ଯାଇଥିଲେ। ଡ୍ରାଇଭର ପିଡ଼ିତାକୁ ଉପର ସିଟକୁ ଯାଇ ବିଶ୍ରାମ ନେବାକୁ କହିଥିଲା। ସେ ସିଟ୍ କୁ ଯାଇ ଶୋଇ ପଡ଼ିଥିଲେ, ରାତି ପ୍ରାୟ ୨ଟା ବେଳେ ଡ୍ରାଇଭର ଆସି ଦୁଷ୍କର୍ମ କରିଥିଲା। ଚିତ୍କାର କରିଥିଲେ ମଧ୍ୟ ତାଙ୍କ ସ୍ୱର କେହି ଶୁଣି ପାରୁ ନ ଥିଲେ କାହିଁକି ନା କଣ୍ଡକ୍ଟର ଗେଟ୍ ବନ୍ଦ କରି ହାଇ ଭଲ୍ୟୁମ୍ ରେ ଗୀତ ବଜାଉଥିଲା। ପ୍ରବଳ ଚିତ୍କାର ଶୁଣି ବସ୍ ରେ ବସିଥିବା ଯାତ୍ରୀମାନେ ଆସିଥିଲେ।

ବସ୍ କୁ କନୋଟା ପେଟ୍ରୋଲ ପମ୍ପ ନିକଟରେ ଅଟକାଇବା ମାତ୍ରେ କଣ୍ଡକ୍ଟର ସେଠାରୁ ଫେରାର ହୋଇଯାଇଥିଲା। ଯାତ୍ରୀମାନେ ପଚାରିବାରୁ ଯୁବତୀ ଜଣକ ସବୁ କଥଆ କହିଥିଲେ। ଫଳରେ ବସ୍ ଡ୍ରାଇଭର ଓ ଯାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଲୋକମାନେ ଅଭିଯୁକ୍ତ ବସ୍ ଡ୍ରାଇଭର ଆରିଫ୍ ଖାନ୍ ଙ୍କୁ ଧରି ମାଡ଼ ମାରିଥିଲେ। ଝଗଡ଼ା ଖବର ପାଇ କନୋଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ବସ୍ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛି।

Get real time updates directly on you device, subscribe now.