fbpx
BSKY SKY
BSKY SKY

ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା; ମହିଳା ଓ ଶିଶୁଙ୍କ ସମେତ ବୁଡ଼ିଗଲେ ୬୧ ଶରଣାର୍ଥୀ

BSKY

ଶନିବାର ଲିବ୍ୟା ଉପକୂଳ ଠାରୁ ଦୂର ଭୂମଧ୍ୟସାଗରରେ ଗୋଟିଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଜାହାଜରେ ଯାତ୍ରା କରୁଥିବା ମହିଳା ଓ ଶିଶୁଙ୍କ ସମେତ ଅନ୍ୟ ୬୧ ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ି ଯିବା ନେଇ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍‌(ଆଇଓଏମ୍‌) ସୂଚନା ଦେଇଛି ।

ଜାହାଜରେ ମୋଟ୍ ୮୬ ଜଣ ଲୋକ ଯାତ୍ରା କରୁଥିଲେ ବୋଲି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଲୋକମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଲିବ୍ୟା ସ୍ଥିତ ଏହି ସଂଗଠନର କାର୍ଯ୍ୟାଳୟ ସୂଚନା ଦେଇଛି । ଆଇଓଏମ୍ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତିରୁ ପ୍ରକାଶ ଯେ ଲିବ୍ୟାର ଉତ୍ତର ପଶ୍ଚିମ ଉପକୂଳରେ ଅବସ୍ଥିତ ଜୁୱାରା ନଗରୀରୁ ଉକ୍ତ ଜାହାଜଟି ଯାତ୍ରା ଆରମ୍ଭ କରିଥିଲା ଭୂମଧ୍ୟସାଗରରେ ଜାହାଜଟି ଉତ୍ତାଳ ଢ଼େଉ ଦ୍ୱାରା ଓଲଟି ପଡ଼ିବାରୁ ଏତେ ସଂଖ୍ୟକ ପ୍ରବାସୀଙ୍କର ମୃତ୍ୟୁ ଘଟିଥିଲା । ଜାହାଜ ଦୁର୍ଘଟଣାରେ ବୁଡ଼ିଯାଇଥିବା ଅଧିକାଂଶ ଲୋକମାନେ ନାଇଜେରିଆ, ଟାମ୍ବିଆ ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶର ବାସିନ୍ଦା ବୋଲି ଆଇଓଏମ୍ କାର୍ଯ୍ୟାଳୟ ପକ୍ଷଢ଼ରୁ ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରୁ ପ୍ରାୟ ୨୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରୀ ଚିକିତ୍ସା ପରେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥବା ନେଇ ଆଇଓଏମ୍ କହିଛି ।

Get real time updates directly on you device, subscribe now.