fbpx

ଭାରତରେ ବର୍ତ୍ତମାନ ୩ ଶହ ଅରବ ଟନରୁ ଅଧିକ କୋଇଲା ଷ୍ଟକ୍ ରହିଛି, ତେବେ ଦେଶରେ ବିଜୁଳି ସଙ୍କଟ ହେଉଛି କାହିଁକି?

ନୂଆଦିଲ୍ଲୀ: ଗତ ୧୭୭୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କୋଇଲା ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଦେଶରେ ଲଗାତର କୋଇଲାର ଚାହିଦା ବଢ଼ିବାରୁ ଉତ୍ପାଦନ ବୃଦ୍ଧି ପାଇଥିଲା । ୧୯୭୦ ମସିହାରେ ପରେ କୋଇଲା ଖଣିକୁ ରାଷ୍ଟ୍ରୀୟକରଣ କରାଗଲା ଓ କୋଇଲା ଖନନ ସମ୍ବନ୍ଧୀୟ ଅଧିକାଂଶ କାର୍ଯ୍ୟ ସରକାରୀ କମ୍ପାନୀ ଉପରେ ନ୍ୟସ୍ତ ରହିଥିଲା । ସେ ସମୟରେ ଦେଶରେ କୋଇଲାର ବହୁଳ ବ୍ୟବହାର ହେଉନଥିଲା ।

ମାତ୍ର ଆଜି ଦେଶରେ କୋଇଲର ଅଧିକ ଚାହିଦା ରହିଛି । ଦେଶର ଥର୍ମାଲ ପାୱାର ପ୍ଲାଣ୍ଟର ୭୫ ପ୍ରତିଶତରୁ ଅଧିକ ବିଜୁଳି କୋଇଲାରୁ ପ୍ରସ୍ତୁତ ହୋଇଥାଏ । ଦେଶରେ ଯେତେବେଳେ ଟ୍ରେନର ଶୁଭାରମ୍ଭ ହୋଇଥିଲା, ସେତେବେଳେ ତାହା କୋଇଲାରେ ଚାଲୁଥିଲା । ଭାରତ ବିଶ୍ୱର ୫ମ ସର୍ବବୃହତ କୋଇଲା ଭଣ୍ଡାର ହୋଇଥିବା ବେଳେ ଦେଶରେ ୩୧୯ ଅରବ ଟନରୁ ଅଧିକ କୋଇଲା ମହଜୁଦ ରହିଥିବା କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ତେବେ ଏତେମାତ୍ରାରେ କୋଇଲା ଷ୍ଟକ ରହିବା ପରେ ବି ଦେଶରେ ବିଜୁଳି ସଙ୍କଟ ଦେଖାଦେଇଛି । ଶକ୍ତି ମନ୍ତ୍ରଣାଳୟ ମୁତାବକ, ଗତ ଏପ୍ରିଲ ୨୮ ତାରିଖରେ ଦେଶରେ ବିଜୁଳିର ଚାହିଦା ୨.୦୭ ଲକ୍ଷ ମେଗାୱାଟ୍ ଥିଲା । ଏତେ ଡିମାଣ୍ଡ ପରେ କୋଇଲାର ସପ୍ଲାଏ ହୋଇ ପାରି ନଥିଲା । ତେଣୁ ପାୱାର ପ୍ଲାଷ୍ଟରେ ଶୀଘ୍ର କୋଇଲା ପହଞ୍ଚାଇବା ପାଇଁ ରେଳବାଇ ୬୫୦ ପାସେଞ୍ଜର ଟ୍ରେନକୁ ରଦ୍ଦ କରିଦେଇଥିଲା । କୋଇଲାରୁ ବିଜୁଳି ଉତ୍ପାଦନ କରୁଥିବା ପ୍ଲାଣ୍ଟ ନିକଟରେ ଅତିକମରେ ୨୬ ଦିନର କୋଇଲା ଷ୍ଟକ୍ ରହିବା ଦରକାର । ମାତ୍ର ଦେଶର ଅନେକ ପ୍ଲାଣ୍ଟରେ ଆଜି ଏକ ବା ଦୁଇଦିନର କୋଇଲା ରହିଛି ।

Get real time updates directly on you device, subscribe now.