fbpx

ଦୁନିଆର ସବୁଠାରୁ ଅଧିକ ଟିକା ଲଗାଇଥିବା ଦେଶ ହେଲା ଭାରତ, ପଛରେ ପଡ଼ିଲା ଆମେରିକା-ବ୍ରିଟେନ୍

AAKASH

ନୂଆଦିଲ୍ଲୀ: ଭାରତରେ କୋଭିଡ୍ ଭୁତାଣୁ ଭୟଙ୍କର ରୂପ ନେଇଛି । ତେଣୁ ଏହା ଉପରେ କାବୁ ପାଇବାକୁ ଦେଶରେ ଟିକାକରଣକୁ ଜୋରଦାର୍ କରାଯାଇଛି । ଲୋକାମାନେ ମଧ୍ୟ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ତେବେ ଏଥିମଧ୍ୟରେ ଦେଶରେ ଟିକାକରଣ ସଂଖ୍ରା ୩୨ କୋଟି ପାର୍ କରିଛି । ଗତକାଲି ଅର୍ଥାତ୍ ରବିବାର ୧୭ ଲକ୍ଷ ୨୧ ହଜାର ୨୬୮ ଟିକା ଦିଆଯିବା ପରେ ମୋଟି ଟିକା ସଂଖ୍ୟା ୩୨ କୋଟି ୩୬ ଲକ୍ଷ ୬୩ ହଜାର ୨୯୭ ହୋଇଯାଇଛି । ଏହାସହିତ ଦୁନିଆରେ ସବୁଠାରୁ ଅଧିକ ଟିକା ଦିଆଯାଇଥିବା ଦେଶ ହୋଇଯାଇଛି । ଏହି କ୍ରମରେ ଭାରତ, ଆମେରିକା ଓ ବ୍ରିଟେନ୍ ଭଳି ଦେଶକୁ ପଛରେ ପକାଇ ଦେଇଛି । ଆଉ ଏହି ତଥ୍ୟ ଗ୍ଲୋବାଲ୍ ଭାକସିନ୍ ଟ୍ରାକ୍ ରିପୋର୍ଟରୁ ମିଳିଛି ।

ବର୍ତ୍ତମାନ ଆମେରିକା, ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ଭାରତ ଆଦି ଦେଶରେ ଟିକାକରଣ ଜୋରସୋରରେ ଜାରି ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତରେ ଜାନୁଆରୀ ୧୬ ତାରିଖରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଏହା ପୂର୍ବରୁ ବ୍ରିଟେନ୍ ରେ ଡିସେମ୍ବର ୮ ତାରିଖରେ, ଆମେରିକାରେ ୧୪ ଡିସେମ୍ବରରେ, ଇଟାଲୀ, ଫ୍ରାନ୍ସ, ଜର୍ମାନୀରେ ଡିସେମ୍ବର ର୨୭ ତାରିଖରେ ଟିକାକରଣ କ।।ର୍ଯ୍ୟ ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ, ଦେଶରେ ଟିକାକୁ ନେଇ ବ୍ୟାପୁଥିବା ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଥିଲେ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ରେ ଏନେଇ ମତ ପ୍ରକାଶ କରିଥିଲେ । କାରଣ ବିଭିନ୍ନ ସ୍ଥାନରେ ଟିକାକୁ ନେଇ ଗୁଜବ ଶୁଣିବାକୁ ମିଳୁଛି ଯେ, ଟିକା ନେବା ପରେ ଲୋକଙ୍କ ମୃତ୍ୟୁ ହୋଇଯିବା ସହ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ୁଛି । ତେଣୁ ଲୋକମାନଙ୍କୁ ଏହି ସବୁ ଦ୍ୱନ୍ଦ ଦୁର କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଦନ କରିଥିଲେ ।

Get real time updates directly on you device, subscribe now.