fbpx
BSKY
BJD MS SKY
BJD YOUTH SKY

ଦଶମ ରେଜଲ୍ଟ ପରେ +୨ ସିଟକୁ ନେଇ ସମସ୍ୟା, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ଥିବାରୁ +୨ ପ୍ରଥମବର୍ଷରେ ସିଟ୍ ହେବ ନାହିଁ ବୋଲି ସମସ୍ୟା ସୃଷ୍ଟି ହୋଇଛି । କିନ୍ତୁ ଏହି ମାମଲାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସିଟ୍ ସମସ୍ୟାକୁ ନେଇ ସମୀର କହିଛନ୍ତି ଯେ, ଯୁକ୍ତଦୁଇ ପ୍ରଥମବର୍ଷରେ ସିଟ୍ ସମସ୍ୟା ହେବବାହିଁ । ବଡ଼ ବଡ଼ କଲେଜରେ ଛାତ୍ରଛାତ୍ରୀଙ୍କ ପଢିବାକୁ ଇଚ୍ଛା ଅଛି । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି ହେବ । ନାମଲେଖା ପାଇଁ ୬ଲକ୍ଷ ୩ହଜାର ୧୧୩ ସିଟ ଅଛି । ତା ବ୍ୟତୀତ କଲେଜକୁ ଆଧାର କରି ସିଟ ବୃଦ୍ଧି ହେବ ବୋଲି ସେ କହିଛନ୍ତି ।

ତେବେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇଁ ବ୍ୟବସ୍ଥା ହେଉଛି । ପୂର୍ବରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରିଥିଲୁ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.