ଓଡିଶା ଭାସ୍କର: ଭାରତ ଓ ମାଳଦ୍ୱୀପର ସମ୍ପର୍କରେ କିଛିଦିନ ପୂର୍ବେ ଦେଖାଦେଇଥିଲା ତିକ୍ତତା । ଭାରତ ସହ ଏହି ମନମାନି ଯୋଗୁଁ ମାଳଦ୍ୱୀପକୁ ଭୋଗିବାକୁ ପଡିଥିଲା ବିରାଟ ସମସ୍ୟା । କିନ୍ତୁ ଏହି ଖରାପ ସମ୍ପର୍କ ଭିତରେ ମଧ୍ୟ ଭାରତ ତାହାର ବିଶାଳ ହୃଦୟ ଦେଖାଇଛି । ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଦେଖାଇଥିବା ସୁପର ଚକମାରେ ଆଣ୍ଠେଇ ପଡିଥିବା ମାଳଦ୍ୱୀପ । ଏବେ ସହାୟତା ପାଇଁ ଗୁହାରି କରିବା ମାତ୍ରେ ଭାରତ ଦେଖେଇଛି ତାର ବଡ ହୃଦୟ । ସହେଯାଗର ବାର୍ତ୍ତା ଦେଇ ଭାରତ ମାଳଦ୍ୱୀପ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ୫୦ ମିଲିୟନ ଆମେରିକୀୟ ଡଲାରର ସରକାରୀ ବଣ୍ଡ କାର୍ଯ୍ୟକାଳକୁ ୧ ବର୍ଷ ବୃଦ୍ଧି କରାଇଛନ୍ତି ।
ଭାରତୀୟ ଉଚ୍ଚ ଆୟୋଗଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି । ସରକାରୀ ପ୍ରେସମିଟ ଦ୍ୱାରା କୁହାଯାଇଛି ଯେ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମାଳଦ୍ୱୀପର ଅର୍ଥ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ୫୦ ମିଲିୟନ ଆମେରିକୀୟ ଡଲାରର ସରକାରୀ ବଣ୍ଡର କାର୍ଯ୍ୟକାଳକୁ ଆଉ ୧ ବର୍ଷ ବଢେଇ ଦିଆଯାଇଛି । ବେଜେଟ ସମ୍ବନ୍ଧୀୟ ସହାୟତା ପାଇବାକୁ ମାଳଦ୍ୱୀପ ସରକାରଙ୍କ ଅନୁରୋଧକୁ ବୃଦ୍ଧି କରିବା ପାଇଁ ନିସ୍ପତି ନିଆଯାଇଛି । ମାଳଦ୍ୱୀପକୁ ଏହି ଅର୍ଥିକ ସହାୟତା ଦେବା ଭାରତର ଏହି ନିଷ୍ପତିକୁ ସାରା ବିଶ୍ୱରେ ପ୍ରଶଂସନୀୟର ବୋଲି ବିବେଚନା କରାଯାଉଛି । ଚୀନକୁ ସମର୍ଥନ କରୁଥିବା ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଦାୟିତ୍ୱ ଭାର ଗ୍ରହଣ କରିବା ଦିନଠାରୁ ଦୁଇଦେଶର ସମ୍ପର୍କରେ ଫାଟ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତାଧୀନରେ ଏନଡିଏ ସରକାର ଏହି ନିସ୍ପତି ନେଇଛନ୍ତି । ଭାରତର ଆର୍ଥିକ ସହାୟତାପରେ ମଧ୍ୟ ମାଳଦ୍ୱୀପ ପଡୋଶୀ ଦେଶକୁ ଧନ୍ୟବାଦ କରିଛି ।
ସେସିଆଲ ମିଡିଆ ‘ଏକ୍ସ’ ଦ୍ୱାରା ବୈଦେଶିକ ମନ୍ତ୍ରୀ ମୁସା ଜାମିର ଏହା ସହ ଜଡିତ ପୋଷ୍ଟକୁ ସେୟାର କରି ଲେଖିଛନ୍ତି – ପାଞ୍ଚକୋଟି ଆମେରିକୀୟ ଡଲାରର ସରକାରୀ ବଣ୍ଡ ସହିତ ମାଳଦ୍ୱୀପକୁ ଗୁରୁତ୍ୱପୂର୍ଣ୍ଣ ବଜେଟ ସହାୟତା କରିଥିବାରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟ ଶଙ୍କର ଓ ଭାରତ ସରକାରଙ୍କୁ ଧନ୍ୟବାଦ ଦେଉଛି । ଏହା ଭାରତର ବିଶାଳ ହୃଦୟ ଓ ସଦଭାବନାର ଏକ ପ୍ରତୀକ । ଏହା ଦ୍ୱାରା ଭାରତ ଏବଂ ମାଳଦ୍ୱୀପର ସମ୍ପର୍କ ଦୀର୍ଘଦିନ ବନ୍ଧିୁତା ବଜାୟ ରଖିବ ।