fbpx

ଭାରତକୁ ମାଡ଼ି ଆସିବ ଭୟଙ୍କର ବିପଦ, ଚାରିଆଡ଼େ ହୋଇଯିବ ହାହାକାର! ସତ ହେବ କି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ କଠିନ ପରିସ୍ଥିତିର ସାମ୍ନା କରିବ । ଚଳିତ ବର୍ଷ ପୂରିବାକୁ ଆଉ ତିନି ମାସ ମାସ ବାକି ଥିବା ବେଳେ ଏହି ଅବଧି ମଧ୍ୟରେ ଦେଶରେ କିଛି ଘଟିପାରେ । ଆଗକୁ ଦେଶରେ ତାପମାତ୍ରା ହ୍ରାସ ପାଇବ । ଖାଦ୍ୟ ଅନ୍ୱେଷଣରେ ଶସ୍ୟକ୍ଷେତ୍ରରେ ପଙ୍ଗପାଳଙ୍କ ପ୍ରକୋପ ଦେଖିବାକୁ ମିଳିବ । ଫଳରେ କୃଷକଙ୍କର କ୍ଷେତ ନଷ୍ଟ ହେବା ସହ ଦେଶରେ ଖାଦ୍ୟ ସମସ୍ୟା ଦେଖାଦେବ । ଦେଶର ଅନ୍ନ ଭଣ୍ଡାର ପ୍ରଭାବିତ ହେବା ସହ ଦୁର୍ଭିକ୍ଷ ସ୍ଥିତି ସୃଷ୍ଟି ହୋଇପାରେ ।

ବୁଲଗେରିଆର ବିଶ୍ୱବିଖ୍ୟାତ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୨ ବର୍ଷ ପାଇଁ ପୂର୍ବରୁ ଅନେକ ଭବିଷ୍ୟବାଣୀ କରିଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଟି ସତ୍ୟ ପ୍ରମାଣିତ ହୋଇସାରିଛି । ତେବେ ବାବାଙ୍କ ଭବିଷ୍ୟତବାଣୀ ଯଦି ସତ ହୋଇଯାଏ, ସେନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ୨୦୨୨ରେ ଏକ ଭୟଙ୍କର ଭାଇରସ ଆସିବ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ । ଉକ୍ତ ଘାତକ ଭାଇରସ ସାଇବେରିଆରୁ ସୃଷ୍ଟି ହେବ । ବର୍ତ୍ତମାନ ଉକ୍ତ ଭାଇରସ ଏକତ୍ର ହୋଇ ରହିଥିବା ବେଳେ ଜଳବାୟୁ ପରିବର୍ତ୍ତନ କାରଣରୁ ବରଫ ତରଳିବା ସହ ଭାଇରସ୍ ସାରା ବିଶ୍ୱକୁ ବ୍ୟାପିଯିବ । ଏହି ଭାଇରସର ପ୍ରକୋପ ସାରା ବିଶ୍ୱକୁ ଗ୍ରାସ କରିବ ଓ ଲୋକଙ୍କର ପରିସ୍ଥିତି ଖରାପ ହୋଇଯିବ ।

ବର୍ତ୍ତମାନ ସୁଦ୍ଧା ବାବା ଭେଙ୍ଗା ୫୦୭୯ଟି ଭବିଷ୍ୟବାଣୀ କରିସାରିଥିବା ବେଳେ ସେଥିରୁ ୨୦୨୨ ବର୍ଷ ପାଇଁ ୬ଟି ରହିଥିଲା । ଏସିଆର ବିଭିନ୍ନ ଦେଶ ଓ ଅଷ୍ଟ୍ରେଲିଆରେ ଭୟଙ୍କର ବନ୍ୟା ଆସିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ, ଯାହାକି ସତ ହୋଇଥିଲା । ଏଥିସହିତ ୟୁରୋପ କିଛି ଅଞ୍ଚଳ ଶୁଷ୍କ ହୋଇଯିବ, ୨୦୨୨ରେ ଏଲିଅନ୍ସଙ୍କ ହମଲା ସହ ପ୍ରାକୃତିକ ବିପତ୍ତି ଆସିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ । ବାବା ଭେଙ୍ଗା ୧୯୧୧ରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ବେଳେ ମାତ୍ର ୧୨ ବର୍ଷ ବୟସରେ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇସାରିଛି । ୧୯୬୬ରେ ବାବାଙ୍କର ସ୍ତନ କର୍କଟରେ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.