fbpx

ଫୁସଫୁସ ସହ ଜଡିତ ସମସ୍ୟାର ଲକ୍ଷଣ କଣ : ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଅମା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସଠିକ ଭାବରେ କାର୍ଯ୍ୟ କରିବା ଅମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ।ଏହି ଅଙ୍ଗ ପ୍ରତ୍ୟଙ୍ଗକୁ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର ସୁଷମ ଖାଦ୍ୟ ଖାଇବା ସହିତ ବିଭିନ୍ନ ପ୍ରକାର ଏକ୍ସରୋସାଇଜ ମଧ୍ୟ କରିଥାନ୍ତି । ତେବେ ଶରୀରର ସବୁ ଅଙ୍ଗମାନଙ୍କ ମଧ୍ୟରୁ ଫୁସଫୁସ ହେଉଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତେବେ ଏହାକୁ ସୁସ୍ଥ ରହିବା ଏବଂ ଏହା ସଠିକ୍ ଭାବରେ କାର୍ଯ୍ୟ କରିବା ଆମ ଶରୀରର ପାଇଁ ନିତ୍ୟାନ୍ତ ଜରୁରୀ । ଯଦି ଫୁସଫୁସ ଦୁର୍ବଳ ହୋଇଯାଏ ତେବେ ଆମକୁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ । ତେବେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଥାନ୍ତି ଏତି ସହିତ ଫୁସଫୁସର ଦୁର୍ବଳ ହେବାର ଲକ୍ଷଣ ବିଷୟରେ ମଧ୍ୟ କହିଛନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଫୁସଫୁସ ଦୁର୍ବଳ ହେବାର ଲକ୍ଷଣ ବିଷୟରେ…

ଫୁସଫୁସ ଦୁର୍ବଳ ହେବାର ଲକ୍ଷଣ: ବିଶେଷଜ୍ଞମାନଙ୍କ ମତରେ ଫୁସଫୁସ ଦୁର୍ବଳ ହେବାର ଲକ୍ଷଣ ଆମକୁ ପୂର୍ବରୁ ହିଁ ଜଣାପଡିଯାଇଥାଏ । କିନ୍ତୁ ଅନେକ ସମୟରେ ଲୋକେ  ଏହି ଲକ୍ଷଣକୁ ଅଣଦେଖା କରିଥାନ୍ତି । ଫଳରେ ଏହା ଆମ ଫୁସଫୁସକୁ ଦୁର୍ବଳ କରିବା ସହିତ ଆମେ ଫୁସଫୁସ ସମ୍ବନ୍ଧୀୟ ରୋଗର ଶିକାର ହୋଇଥାନ୍ତି । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାଇ ଫୁସଫୁସ ଦୁର୍ବଳ ହେବାର କିଛି ସାଧାରଣ ଲକ୍ଷଣ ରହିଥାଏ ।

ଜ୍ୱର: ଏକ୍ସପର୍ଟମାନଙ୍କ କହିବା ଅନୁଯାୟୀ ଯେତେବେଳେ ଆମ ଫୁସଫୁସ ସମସ୍ୟା ସମ୍ବନ୍ଧୀୟ କୌଣସି ଲକ୍ଷଣ ପରିଲକ୍ଷିତ ହିଏ ତେବେ ପ୍ରଥମେ ଅମକୁ ଜ୍ୱର ହୋଇଥାଏ । ଯାହାଫଳରେ ଏହା ଆମ ଫୁସଫୁସକୁ କିଛି ମାତ୍ରାରେ ଦୁର୍ବଳ କରିଥାଏ । ତେବେ ଅଧିକ ଦିନ ଧରି ଜ୍ୱର ହେବା ଦ୍ୱାରା ଫସୁଫୁସରେ ନିମୋନିଆ ହେବାର ଆଶଙ୍କା ରହିଥାଏ । ଫଳରେ ଏହା ଫୁସଫୁସକୁ ଦୁର୍ବଳ କରିଥାଏ । ତେଣୁ ଅଧିକ ଦିନ ଧରି ଜ୍ୱର ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

କାଶ ଥଣ୍ଡା: ବିଶେଷଜ୍ଞଙ୍କ ମତରେ କାଶ କିମ୍ବା ଥଣ୍ଡା ଶରୀରରେ ଅଧିକ ଦିନ ରହିବା ଦ୍ୱାରା ଏହା ଫୁସଫୁସ ଉପରେ ପ୍ରଭାବ ପକାଇପାରେ । ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଫଳରେ ଫୁସଫୁସ ଦୁର୍ବଳ ହୋଇଯାଏ । ତେଣୁ ବାରମ୍ବାର ଥଣ୍ଡା କିମ୍ବା କାଶ ହେଉଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଛିତ୍ ।

ମଦ୍ୟପାନ ଏବଂ ଧୁମ୍ର ପାନ:ଅତ୍ୟଧିକ ମାତ୍ରରେ ମଦ୍ୟପାନ କିମ୍ବା ଧୁମ୍ରପାନ କରିବା ଦ୍ୱାରା ଏହା ଆମ  ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଫୁସଫୁସ ଦୁର୍ବଳ ହେବାର ଆଶଙ୍କା ବୃଦ୍ଧି ପାଇବା ସହ କ୍ୟାନସର ପରି ଭୟଙ୍କର ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ ।

କରୋନା ଫୁସଫୁସ ଦୁର୍ବଳର କାରଣ: ମହାମାରୀ କରୋନା ଫୁସଫୁସକୁ ବହୁତ କ୍ଷତି ପହଞ୍ଚାଇଥାଏ । କାରଣ କୋଭିଡ କାରଣୁ ଫୁସଫୁସରେ ନିମୋନିଆର ସମସ୍ୟା ଦେଖାଦେଇଥାଏ । ଫଳରେ ଏହା ଫୁସଫୁସକୁ ଦୁର୍ବଳ କରିଦେଥାଏ । ଫଳରେ ଇନଫ୍ଲାମେସନର ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.