fbpx

୧୭ ବର୍ଷ ପରେ ଟିମ୍ ଇଣ୍ଡିଆ ଯିବ ପାକିସ୍ତାନ? ଜରୁରୀକାଳୀନ ବୈଠକରେ ଯୋଗ ଦେଲେ BCCI ସଚିବ ଜୟ ଶାହ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ନେଇ ପ୍ରସ୍ତୁତ ହେଉଛି । ତେବେ ଏହା ମଧ୍ୟରେ ବାହରିନ ଠାରେ ଏକ ଜରୁରୀକାଳୀନ ମିଟିଂ ଡକାଯାଇଛି । ଏହି ବୈଠକରେ ଯୋଗ ଦେବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହ ପହଞ୍ଚିଛନ୍ତି ।

ସୂଚନା ମୁତାବକ, ଗୋଟିଏ ପଟେ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ନେଇ ପ୍ରସ୍ତୁତ ହେଉଛନ୍ତି । ଏହି ଅବସରରେ ବିସିସିଆଇ ସମ୍ପାଦକ ଜୟ ଶାହ ଏକ ଜରୁରୀକାଳୀନ ବୈଠକରେ ଯୋଗଦେବାକୁ ବାହରିନ ଗସ୍ତ କରିଛନ୍ତି । ତେବେ ବିସିସିଆଇ ସୂତ୍ର ମୁତବାକ, ସେପ୍ଟେମ୍ବରରେ ପାକିସ୍ତାନ ଏସିଆ କପ ଆୟୋଜନ କରିବାର କୌଣସି ସୁଯୋଗ ନାହିଁ ।

ଏପରି ସ୍ଥଳେ ପାକିସ୍ତାନଠାରୁ ଏସିଆ କପ-୨୦୨୩ର ଆୟୋଜନ କ୍ଷମତା ପ୍ରତ୍ୟାହାର କରି ନିଆଯାଇପାରେ । ଟୁର୍ଣ୍ଣାମେଣ୍ଟ ୟୁଏଇରେ କରାଯିବାର ସମ୍ଭାବନା ରହିଛି । ଦ୍ୱିତୀୟ ବିକଳ୍ପ ଶ୍ରୀଲଙ୍କା ହୋଇପାରେ । ଭାରତ ସରକାରଙ୍କଠାରୁ ମଞ୍ଜୁରୀ ମିଳି ନଥିବାରୁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିପାରିବ ନାହିଁ । ତେବେ ବିସିସିଆଇ ନିଜ ପକ୍ଷରୁ ହଟିବ ନାହିଁ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୨୦୦୫-୦୬ରେ ଶେଷ ଥର ପାଇଁ ଭାରତ ପାକିସ୍ତାନ ଗସ୍ତ କରିଥିଲା । ସେ ସମୟରେ ଦୁଇ ଦେଶ ମଧ୍ୟରେ ୨ଟି ଟେଷ୍ଟ ଓ ୫ଟି ଦିନିକିଆ ଖେଳାଯାଇଥିଲା ।

Get real time updates directly on you device, subscribe now.