fbpx

ଭାରତରେ ମାଡ଼ିଯିବ କ୍ୟାନସର: ୮ ଲକ୍ଷ ହେବେ ସଂକ୍ରମିତ, ଚାଲିଯିବ ୫୦ ହଜାର ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

ନୂଆଦିଲ୍ଲୀ: ସାରା ଦୁନିଆରେ କ୍ୟାନସର ବିମାରୀ ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି । ଏହି ଘାତକ ରୋଗ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ଜାରି କରିବା ଉଦ୍ଦେଶ୍ୟରେ ଫେବୃଆରୀ ୪ ତାରିଖରେ ବିଶ୍ୱ କ୍ୟାନ୍ସର ଦିବସ ପାଳନ କରାଯାଉଛି । ଗତ କିଛି ବର୍ଷ ମଧ୍ୟରେ କ୍ୟାନ୍ସର ମାମଲାରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । ପ୍ରତି ୧୦ ଭାରତୀୟଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଜୀବନକାଳ ମଧ୍ୟରେ କ୍ୟାନ୍ସରରେ ସଂକ୍ରମିତ ହେବେ ବୋଲି ଗତ ୨୦୨୦ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଥିଲା ।

କ୍ୟାନ୍ସର ରେଜିଷ୍ଟ୍ରି ଡାଟା ମୁତାବକ, ଭାରତରେ ଆଗାମୀ କିଛି ବର୍ଷ ମଧ୍ୟରେ କ୍ୟାନ୍ସରର ପାଖାପାଖି ୮ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳିବ । ପ୍ରତି ୧୫ ଜଣଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଛି । ତେବେ ଭାରତରେ କ୍ୟାନ୍ସର ବୃଦ୍ଧି ପାଇବାର ଅନେକ କାରଣ ରହିଛି । ସେଥିପାଇଁ ଖରାପ ଜୀବନଶୈଳୀ, ଖାଇବା ପିଇବାର ଖରାପ ଅଭ୍ୟାସ, ମଦ ଓ ଧୂମ୍ରପାନ, ବାୟୁ ପ୍ରଦୂଷଣ ହିଁ ଦାୟୀ ।

ତେବେ ଯଦି ଲୋକମାନେ ନିଜର ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆଣିବା ସହ ହାନୀକାରକ ଦ୍ରବ୍ୟ ସେବନରୁ ନିବୃତ୍ତ ରହିବେ ତେବେ ଏହି ଭୟଙ୍କର ବିମାରୀ ହେବାର ଆଶଙ୍କା ହ୍ରାସ ପାଇପାରେ । ଦେଶରେ ଫୁସଫୁସ, କୋଲୋରେକ୍ଟ, ବ୍ରେଷ୍ଟ ଓ ପୋକ୍ରାୟାଟିକ ଏହି ୪ ପ୍ରକାରର କ୍ୟାନ୍ସରର ବିପଦ ରହିଛି ।

ଫୁସଫୁସ କ୍ୟାନସରର ଲକ୍ଷଣ: କ୍ରମାଗତ କାଶ, ଛାତି ଯନ୍ତ୍ରଣା, କାଶରେ ରକ୍ତ, ବ୍ୟଗ୍ର, ଥକ୍କାପଣ, କମ୍ ଉର୍ଜା ସ୍ତର, କାଶରେ ଲାଲ ରଙ୍ଗର କଫ ।

କୋଲୋରେକ୍ଟ କ୍ୟାନସରର ଲକ୍ଷଣ: କବଜ, ମଳର ରଙ୍ଗରେ ପରିବର୍ତ୍ତନ, ଅଧିକାଂଶ ସମୟ ପେଟ ଯନ୍ତ୍ରଣା, ପେଟ ସଫା ନହେବା ।

ବ୍ରେଷ୍ଟ କ୍ୟାନସରର ଲକ୍ଷଣ: ସ୍ତନର ଆକାରରେ ପରିବର୍ତ୍ତନ, ସ୍ତନର ଚର୍ମରେ ପରିବର୍ତ୍ତନ, ନିପ୍ପଲର ସେପରେ ପରିବର୍ତ୍ତନ ।

ପୋକ୍ରାୟାଟକ କ୍ୟାନସରର ଲକ୍ଷଣ: ପେଟ ଓ ପିଠି ଯନ୍ତ୍ରଣା, କମ୍ ଭୋକ ଲାଗିବା, ଓଜନ କମ୍ ହେବା, ହାଲୁକା ରଙ୍ଗର ମଳ, ପେଟର ତଳଭାଗରେ ଯନ୍ତ୍ରଣା ।

Get real time updates directly on you device, subscribe now.