fbpx

ଆସନ୍ତାକାଲି ବାରବାଟୀରେ ଅଭ୍ୟାସ କରିବନି ଭାରତୀୟ ଦଳ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ବାରବାଟୀରେ ଭାରତୀୟ ଦଳ ଅଭ୍ୟାସ କରିବନି । ଅଭ୍ୟାସ ନକରିବା ନେଇ ଓସିଏକୁ ସୂଚନା ଦେଇଛନ୍ତି ଟିମ୍ ମ୍ୟାନେଜର । ୱେଷ୍ଟଇଣ୍ଡିଜ ମଧ୍ୟ କାଲି ବାରବାଟୀରେ ଅଭ୍ୟାସ କରିନପାରେ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସେପଟେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତ-ୱେଷ୍ଟଇଣ୍ଡିଜ ଖେଳାଳି । ବିଶାଖପାଟଣାରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ଖେଳାଳି । ସେମାନେ ସ୍ୱତନ୍ତ୍ର ବିମାନ ଯୋଗେ ବିମାନବନ୍ଦରରେ ପହଞ୍ôଚଥିଲେ । ଏହାପରେ କଡ଼ା ସୁରକ୍ଷା ଭିତରେ ହୋଟେଲ ମେ ଫେୟାର ଭିତରକୁ ଯାଇଥିଲେ । ୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଖେଳାଳିଙ୍କ ପାଇଁ ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ନେଇ ପ୍ରସ୍ତୁତି ଚାଲିଛି ।

ଅନ୍ୟପଟେ ଆଜି ଶହ ଶହ କ୍ରିକେଟ ପ୍ରେମୀମାନେ ଟିକେଟ ଆଣିବା ପାଇଁ ଟିକେଟ କାଉଣ୍ଟରରେ ଧାଡ଼ି ଲଗେଇଥିଲେ । ଆଜି ଟିକେଟ ମଧ୍ୟ ସରିଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.