fbpx

୩୦ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ, ଶ୍ରେଷ୍ଠ ଅଭିନେତା ମିହିର ଓ ଅଭିନେତ୍ରୀ ଅର୍ଚ୍ଚିତା ସମ୍ମାନିତ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ଉତ୍କଳ ମଣ୍ଡପରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଛି । ସମ୍ମାନ ଜନକ ଜୟଦେବ ପୁରସ୍କାର ପାଇଛନ୍ତି ବିଜୟ ମିଶ୍ର । ସେହିପରି ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ଭାବେ ବିଜୟ ମିଶ୍ର ପୁରସ୍କାର ପାଇଛନ୍ତି । ଭିଜା ମାଟିର ସ୍ୱର୍ଗ ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ମିଳିଛି । ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି । ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତା ସାହୁଙ୍କୁ ସମ୍ମାନିତ କରାଯାଇଛି । ଓଲେ ଓଲେ ଦିଲ୍ ବୋଲେ ପାଇଁ ନିରଞ୍ଜନ ରେଡ଼ିଙ୍କୁ ଶ୍ରେଷ୍ଠ କାହାଣୀକାର ସମ୍ମାନ ମିଳିଛି । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କୁ ସମ୍ମାନଜନକ ବାଳକୃଷ୍ଣ ଦାଶ ସମ୍ମାନ ମିଳିଛି । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ କରୁଣାକର ସେଠୀ, ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ସମ୍ମାନିତ ହୋଇଛନ୍ତି ।

Get real time updates directly on you device, subscribe now.