fbpx

ଲକ୍ଷ୍ନୌ ହିଂସା, ୧୫୦ ଜଣ ଗିରଫ

ଲକ୍ଷ୍ନୌ, ୨୦ା୧୨: ଲକ୍ଷ୍ନୌ ହିଂସା ମାମଲାରେ ଆଜି ୧୫୦ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଉତ୍ତରପ୍ରଦେଶରେ ଜାନୁଆରୀ ୩୧ ଯାଏ ୧୪୪ ଧାରା ଜାରି କରାଯାଇଛି । ୧୫ଜିଲ୍ଲାରେ ଆଜି ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଲକ୍ଷ୍ନୌରେ ୪୮ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ଏହିପରି ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀ, ଉତ୍ତରପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗ ଏହିପରି ଦେଶର କେକେତ ଜାଗା ଏମିତିକି ଓଡ଼ିଶାରେ ମଧ୍ୟ ବିକ୍ଷୋଭ ସହ ହିଂସାକାଣ୍ଡ ଦେଖାଦେଇଛି । କେତେକ ଜାଗାରେ ଭଙ୍ଗାରୁଜା ସହ ପୋଡ଼ାଜଳା ମଧ୍ୟ ହୋଇଛି । ଏବେ ସ୍ଥିତି ଚାରିଆଡ଼େ ଅଣଆୟତ ହୋଇଥିବାରୁ ଏହିପରି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.