fbpx

ଖସୁଛି ତାପମାତ୍ରା, ବଢ଼ୁଛି ଶୀତ

ଭୁବନେଶ୍ୱର, ୨୦ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ସବୁ ସ୍ଥାନରେ ତାପମାତ୍ରା ପ୍ରାୟତଃ କମିବାରେ ଲାଗିଛି । ସେନେଇ ଆଉ ୩ଦିନ ଧରି ରାଜ୍ୟରେ ଜାରି ରହିବ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ । ଉପକୂଳ ଓଡ଼ିଶାରେ ତାପମାତ୍ରା ୧-୨ ଡିଗ୍ରୀ ହ୍ରାସ ପାଇବ ।

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ୮.୫ ସେଲସିୟସ ଥିବା ବେଳେ ଫୁଲବାଣୀରେ ୯ଡିଗ୍ରୀ ସେଲସିୟସ ରହିଛି । ସେହିପରି ସୋନପୁର ୯.୮, କେନ୍ଦୁଝର ୧୦, ସୁନ୍ଦରଗଡ଼ ୧୦.୫ ଡିଗ୍ରୀ, ଟିଟଲାଗଡ଼ ୧୦.୧, ଭୁବନେଶ୍ୱର ୧୩.୬, ବଲାଙ୍ଗିର ୧୩ଡିଗ୍ରୀ, ଝାରସୁଗୁଡ଼ା ୯.୬, ବାଲେଶ୍ୱର ୯.୬ ଡିଗ୍ରୀ ସେଲସିୟସ ରହିଥିବା ରେକର୍ଡ଼ କରାଯାଇଛି ।

Get real time updates directly on you device, subscribe now.