fbpx
BJD SKY
BJD SKY

ଡିସେମ୍ବରରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ: କିନ୍ତୁ ଖେଳିବେନି ଦଳର ଷ୍ଟାର ଖେଳାଳି

BJD

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ଡିସେମ୍ବର ମାସରେ ପୁଣିଥରେ ଦେଖିବାକୁ ମିଳିବ ମହାସମର । ପୁଣିଥରେ କ୍ରିକେଟ ମଇଦାନରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ପୁଣିଥରେ ଉଭୟ ଦଳ ମଧ୍ୟରେ ଖେଳାଯିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ । ଏନେଇ ଭାରତୀୟ କ୍ରିକେଟ ବୋର୍ଡ (BCCI) ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହି ସିରିଜରେ ଟିମ ଇଣ୍ଡିଆର ବଡ଼ ଷ୍ଟାର ଖେଳାଳି ଖେଳିପାରିବେ ନାହିଁ ।

ଭାରତର କ୍ରିକେଟ ବୋର୍ଡ ପୁଣିଥରେ ପାକିସ୍ତାନକୁ ସାମ୍ନା କରିବା ପାଇଁ ଟିମ୍ ଗଠନ କରିସାରିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଏବେ ଠାରୁ ଆଲୋଚନା ଆରମ୍ଭ ହୋଇ ସାରିଛି । ତେବେ ଆସନ୍ତା ଡିସେମ୍ବର ୧୦ ତାରିଖରେ ଏହି ମ୍ୟାଚ୍ ଖେଳାଯିବ । ICC ଏକାଡ଼େମି ଅବଲ୍ ୱାନ୍ ଷ୍ଟାଡ଼ିୟମରେ ଆୟୋଜିତ ହେବ ଏହି ମହାଲଢେଇ । ୟୁଏଇରେ ଖେଳାଯିବାକୁ ଥିବା ଅଣ୍ଡର ୧୯ ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଡିସେମ୍ବର ୮ ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଜୁନିୟର କ୍ରିକେଟ କମିଟି ଭାରତର ଅଣ୍ଡର ୧୯ ଦଳ ଘୋଷଣା କରିଛି ବିସିସିଆଇ ।

ଅଣ୍ଡର ୧୯ ଏସିଆ କପ୍ ୨୦୨୩ରେ ସର୍ବୋମୋଟ ୮ଟି ଟିମ୍ କୁ ନେଇ ଖେଳ ହେବ । ୮ଟି ଟିମ୍ କୁ ୪-୪ ହିସାବରେ ୨ଟି ଗ୍ରୁପ୍ ରେ ବିଭକ୍ତ କରାଯିବ । ପାକିସ୍ତାନ, ଭାରତ, ଅଫଗାନିସ୍ତାନ ଏବଂ ନେପାଳ ଗ୍ରୁପ୍ ‘ଏ’ ରେ ରହିବେ । ଏହା ସହିତ ଗ୍ରୁପ୍ ‘ବି’ରେ ଶ୍ରୀଲଙ୍କା ଜାପାନ୍, ୟୁଏଇ ଏବଂ ବାଂଲାଦେଶ ରହିବେ । ଫାଇନାଲ ମ୍ୟାଚ୍ ଡିସେମ୍ବର ୧୭ ତାରିଖ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଡିସେମ୍ବର ୧୦ରେ ଅଣ୍ଡର ୧୯ ଏସିଆ କପ୍ ମ୍ୟାଚ୍ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.