fbpx
BJD SKY
BJD SKY

ନୂଆବର୍ଷରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ସାମ୍ନାକୁ ଆସିଲା T-20 ବିଶ୍ୱକପ ୨୦୨୪ର ଶିଡ୍ୟୁଲ

BJD

ନୂଆଦିଲ୍ଲୀ: ନୂଆ ବର୍ଷରେ ଆଇସିସି ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆ ପାଖରେ ଏକ ବଡ଼ ସୁଯୋଗ ରହିଛି । ଆସନ୍ତା ଜୁନ୍ ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଖୁବଶୀଘ୍ର ଏହାର ଶିଡ୍ୟୁଲ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ ଭାରତୀୟ ଟିମର ଶିଡ୍ୟୁଲ ଏକ ସୂତ୍ରରୁ ଜଣାପଡ଼ିଛି । ଜୁନ ମାସ ୫ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚରେ ଆୟରର୍ଲାଣ୍ଡକୁ ଭେଟିବ ବୋଲି ଜଣାପଡ଼ିଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି, ଗତ ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ନୂଆ ବର୍ଷରେ ଭାରତ-ପାକିସ୍ତାନ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇପାରନ୍ତି । ଜୁନ ମାସ ୯ ତାରିଖରେ ଆମେରିକାରେ ଭାରତ-ପାକ୍ ଟକ୍କର ହୋଇପାରେ । ଆସନ୍ତା ଟି-୨୦ ବିଶ୍ୱକପର ଆୟୋଜନ ୱେଷ୍ଟଇଣ୍ଡିଜ ଓ ଆମେରିକା କରୁଥିବା ବେଳେ ଶେଷ ସମୟରେ ବିଶ୍ୱକପ ଶିଡ୍ୟୁଲରେ କିଛି ପରିବର୍ତ୍ତନ କରାଯାଇପାରେ ।

ଏହି ଶିଡ୍ୟୁଲ ମୁତାବକ, ଟିମ୍ ଇଣ୍ଡିଆ ଜୁନ ୫ରେ ଆୟର୍ଲାଣ୍ଡକୁ, ଜୁନ ୯ରେ ପାକିସ୍ତାନକୁ, ଜୁନ ୧୨ରେ ଆମେରିକାକୁ ଓ ଜୁନ୍ ୧୫ରେ କନାଡ଼ାକୁ ଭେଟିବ । ଜୁନ ମାସ ୪ରୁ ୩୦ ତାରିଖ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏପ୍ରିଲ ମାସରେ ପ୍ରତ୍ୟେକ ଟିମ୍ ନିଜ ନିଜର ସ୍କ୍ୱାଡ୍ ଘୋଷଣା କରିବା ଆରମ୍ଭ କରିବେ । ଏଥର ବିଶ୍ୱକପରେ ମୋଟ ୨୦ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ୫-୫ଟି ଲେଖାଏଁ ଟିମଙ୍କୁ ନେଇ ୪ଟି ଗ୍ରୁପ କରାଯିବ । ପ୍ରତି ଗ୍ରୁପର ଟପ-୨ ଟିମ ସୁପର-୮ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବେ । ୪-୪ଟି ଟିମକୁ ନେଇ ୨ଟି ଗ୍ରୁପ କରାଯିବ । ପ୍ରତି ଟିମ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବ । ତା’ପରେ ଟପ-୨ଟି ଟିମ୍ ସେମିଫାଇନାଲରେ ପହଞ୍ଚିବେ ।

Get real time updates directly on you device, subscribe now.