fbpx

ଦେହ ସାରା ଟାଟୁ କରି ଲେଖନ୍ତି ‘ରାମ’, ସିଗାରେଟ ମଦ ଠାରୁ ରୁହନ୍ତି କୋଶେ ଦୂରରେ: ଜାଣନ୍ତୁ କିଏ ସେହି ଜନଜାତି ଯେଉଁମାନଙ୍କୁ ଡକାଯାଏ ‘ରାମନାମୀ’

ଅଯୋଧ୍ୟା: ଅଯୋଧ୍ୟାରେ ଅନେକ ପ୍ରତୀକ୍ଷା ପରେ ଶେଷରେ ତିଆରି ହେବାକୁ ଯାଉଛି ଭଗବାନ ଶ୍ରୀ ରାମଙ୍କର ମନ୍ଦିର । ନିଜ ଜନ୍ମସ୍ଥାନରେ ଆଉ କିଛିଦିନ ପରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ । ତେବେ ଏହି ଘଟଣାକ୍ରମରେ ଧୀରେ ଧୀରେ ସାମ୍ନାକୁ ଆସୁଛି ଅଯୋଧ୍ୟା ସହିତ ଜଡ଼ିତ କିଛି ରୋଚକ ତଥ୍ୟ । ତେବେ ଏହା ମଧ୍ୟରେ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି ‘ରାମନାମୀ ଜନଜାତି’ । ତେବେ ଏହି ଜନଜାତିର ଶ୍ରଦ୍ଧା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ନହୋଇ ରହିପାରୁନାହାନ୍ତି ।

ତେବେ ଏହି ଜନଜାତିରେ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ କେବଳ ହାତ କିମ୍ବା ଗୋଡ଼ ନୁହେଁ ବରଂ ସମସ୍ତ ଶରୀରରେ ରାମ ନାମର ଚିତା କୁଟାଇଛନ୍ତି । ତେବେ ବର୍ତ୍ତମାନ ଭାଷାରେ କହିବାକୁ ଗଲେ ସାରା ଦେହରେ ରାମ ନାମର ଟାଟୁ କରିଛନ୍ତି । ଏପରିକି ମୁହଁରେ ମଧ୍ୟ ସେମାନେ ରାମନାମ ଲେଖାଇଛନ୍ତି । ତେବେ ଏହା ଦ୍ୱାରା ସାରା ଜୀବନ ରାମ ନାମ ସେମାନଙ୍କ ସାଥୀରେ ରହିବ ବୋଲି ଯୁକ୍ତି ବାଢ଼ିଛନ୍ତି ଏଠାକାର ବାସିନ୍ଦା ।

ଏହି ଜନଜାତିର ଲୋକମାନେ ୧୮୯୦ ଦଶକରୁ ନିଜ ଶରୀରରେ ରାମ ନାମ ଲେଖାଇବା ଆରମ୍ଭ କରିଥିଲେ । ତେବେ ଏହି ଜନଜାତିର ସ୍ଥାପନାର ଶ୍ରେୟ ଭଗବାନ ପର୍ଶୁରାମଙ୍କୁ ଯାଇଥାଏ । ଏହି କାରଣରୁ ଏହି ଜନଜାତିର ଲୋକମାନଙ୍କ ମନରେ ଶ୍ରୀରାମଙ୍କ ପ୍ରତି ଅତୁଟ ଶ୍ରଦ୍ଧା ଏବଂ ବିଶ୍ୱାସ ରହିଛି । ଏହି ଜନଜାତିରେ ପ୍ରାୟ ୧ ଲକ୍ଷ ବାସିନ୍ଦା ରହିଥିବା ଜଣାପଡ଼ିଛି । ତେବେ ଏମାନେ ଭାରତର ବିଭିନ୍ନ ସ୍ଥାନରେ ଖେଳେଇ ହୋଇ ରହିଥିବା ବେଳ ଏହାର କିଛି ଅଂଶ ଓଡ଼ିଶା, ଛତିଶଗଡ଼, ଏବଂ ମହାରଷ୍ଟ୍ରରେ ଥିବା ଜଣାପଡ଼ିଛି ।

ତେବେ ସେମାନଙ୍କର ଶରୀରରେ ରାମ ନାମ ଲେଖାଇବା ପଛରେ କାହାଣୀ ମଧ୍ୟ ବେଶ ରୋଚକ । ରିପୋର୍ଟ ଅନୁଯାୟୀ, ପ୍ରଥମେ ପର୍ଶୁରାମ ଭଗବାନ ଏହାର ଆରମ୍ଭ କରିଥିଲେ । ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆନଯିବାରୁ ସେ ଏପରି କରିଥିଲେ । ତେବେ ଅନ୍ୟ ଏକ ଲୋକକଥା ଅନୁଯାୟୀ, ନିଜ ଜନଜାତିର ଲୋକମାନଙ୍କୁ ହିନ୍ଦୁ ଧର୍ମରୁ ଦୁରେଇଯାଉଥିବା ଦେଖିବା ପରେ ପର୍ଶୁରାମ ଏପରି ପଦକ୍ଷେପ ନେଇଥିଲେ ।

ତେବେ ଏହି ଜନଜାତି ବାସିନ୍ଦାମାନେ ଦେହରେ ରାମନାମ ଲେଖିବା ସହିତ ଦେହରେ ରାମନାମ ଲେଖାଥିବା ଚାଦର ଘୋଡ଼ାଇ ହୋଇଥାନ୍ତି । ଏହା ସହିତ ସେମାନେ ରାମ ନାମର କପଡ଼ା ପିନ୍ଧିବା ସହିତ ମୟୂର ପରରେ ତିଆରି ମୁକୁଟ ପିନ୍ଧିଥାନ୍ତି ।

Get real time updates directly on you device, subscribe now.