fbpx
BSKY SKY
BSKY SKY

ଟ୍ରେନରେ ଯାତ୍ରା ସମୟରେ ଚାଲିଗଲା ପତିଙ୍କ ପ୍ରାଣ, ଶୋଇପଡିଛନ୍ତି ଭାବି କାନ୍ଧରେ ଶବକୁ ଆଉଜାଇ ଧରି ୧୩ ଘଣ୍ଟା ଯାତ୍ରା କଲେ ମହିଳା

BSKY

ଝାନ୍ସୀ: ସ୍ୱାମୀ ରାମକୁମାରଙ୍କ ସହ ଅଯୋଧ୍ୟା ଯାଉଥିବା ଜଣେ ମହିଳାଙ୍କୁ ଜଣା ନ ଥିଲା କି କେତେବେଳେ ତାଙ୍କ ସ୍ୱାମୀ ତାଙ୍କ କାନ୍ଧରେ ମୁଣ୍ଡ ରଖି ଶେଷ ନିଃଶ୍ୱାସ ତ୍ୟାଗ କରି ସାରିଲେଣି । ଗୁଜରାଟର ସୁରଟରୁ ଯାତ୍ରା କରୁଥିବା ରାମ କୁମାର ଖାଇସାରିବା ପରେ ରାତିରେ ଟ୍ରେନରେ ପତ୍ନୀଙ୍କ କାନ୍ଧରେ ମୁଣ୍ଡ ରଖି ଶୋଇଥିଲେ କିନ୍ତୁ ସକାଳ ୮ ବାଜିବା ପରେ ବି ଉଠି ନ ଥିଲେ । ପତ୍ନୀ ତାଙ୍କୁ ଉଠାଇବାକୁ ଯେତେ ଚେଷ୍ଟା କରିଥିଲେ ବି ସେ ଆଖି ଖୋଲି ନ ଥିଲେ । ଫଳରେ ପତ୍ନୀଙ୍କ ଚିନ୍ତା ବଢିଯାଇଥିଲା । ତେବେ ରାମ କୁମାରଙ୍କ ମୃତ୍ୟୁ ଟ୍ରେନ ଭିତରେ ହିଁ ହୋଇ ଯାଇଥିଲା । ଏହାପରେ ପତ୍ନୀ ନିଜ ପତିଙ୍କ ଶବକୁ ଦୀର୍ଘ ୧୩ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଛାତିରେ କୋଳେଇ ଧରି ଝାନସୀ ନେଇ ଆସିଥିଲେ ।

ପତ୍ନୀ ପ୍ରେମା ଓ ଦୁଇ ଛୋଟ ଛୋଟ ପିଲାଙ୍କୁ ଧରି ସୁରଟରୁ ଆଯୋଧ୍ୟା ଯାଉଥିବା ରାମ କୁମାରଙ୍କର ଅଚାନକ ମୃତ୍ୟୁ ହୋଇଯାଇଥିଲା । ତେବେ ପତି ଆଉ ନାହାନ୍ତି ଜାଣିବା ପରେ ପତ୍ନୀ କାହାକୁ କିଛି ନ କହି ତାଙ୍କ ଶବକୁ କାନ୍ଧରେ ଆଉଜାଇ ଧରି ଦୀର୍ଘ ୧୩ ଘଣ୍ଟା ଯାତ୍ରା କରିଥିଲେ । ଝାନ୍ସୀ ପହଞ୍ଚିବା ପରେ ରେଲୱେ ପୋଲିସ ଶବକୁ ଟ୍ରେନରୁ ବାହାର କରିଥିଲା । ଟେନ୍ ବଗିରୁ ଶବ କଢାଯାଉଥିବାର ଦେଖି ଅନ୍ୟ ଯାତ୍ରୀମାନେ ଚକିତ ହୋଇଯାଇଥିଲେ ।

Get real time updates directly on you device, subscribe now.