fbpx

ଭାରତ-ପାକିସ୍ତାନ ଟି-୨୦ ମହା ମୁକାବିଲା, ନିରାଶ କରିପାରେ ବର୍ଷା !

Advertisement

ନୂଆଦିଲ୍ଲୀ: ଆଜି ଟି-୨୦ କ୍ରିକେଟ୍ ବିଶ୍ୱକପ୍ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ପ୍ରାୟ ୨୦ ବର୍ଷ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ରବିବାର ରାତି ଆଠଟାରୁ ଆରମ୍ଭ ହେବ । ଏନେଇ ସାରା ବିଶ୍ୱର ନଜର ରହିଥିବା ବେଳେ ଦର୍ଶକମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଗାଁ ଠାରୁ ସହର ସବୁଠି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମଳିଛି । ତେବେ ଏହି ଦୁଇ ଦଳ ନିଜର ଉତ୍ତମ ପଦର୍ଶନ ଦେଖାଇବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି ।

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱ କପରେ ଭାରତ ୬ଥର ବିଜୟ ହୋଇ ପାକିସ୍ତାନକୁ ଧୂଳି ଚଟେଇଥିବା ବେଳେ ପାକିସ୍ତାନ ୨୦୨୧ ମସିହାରେ ଭାରତକୁ ମାତ୍ର ଥରେ ପରାଜୟ କରି ମୁଣ୍ଡ ଟେକିଛି । ଭାରତ ପାକିସ୍ତାନ ଭିତରେ ୧୨ଟି ମ୍ୟାଚ୍ ଖେଳାଯାଇଥିଲା ବେଳେ ୯ଟି ମ୍ୟାଚ୍ ଜିତି ଭାରତ ବହୁତ ଆଗରେ ରହିଛି । ଏଥର ୨୦୨୪ ମ୍ୟାଚ୍ ପାଇଁ ଭାରତ ସଫଳତା ହାସଲ କରିବା ନେଇ ପ୍ରସ୍ତୁତ ହେଉଛି । ଅନ୍ୟପଟେ ପ୍ରଥମ ଥର ବିଶ୍ୱକପ ଖେଳୁଥିବା ଆମେରିକା ଠାରୁ ସୁପର ଓଭର ହାରି ପାକିସ୍ତାନ ଅମାନତ ହରାଇଛି । ଏହି ମ୍ୟାଚ୍ ପରେ ପାକିସ୍ତାନ ସାରା ବିଶ୍ୱରେ ସମାଲେଚନାର ଶିକାର ହୋଇଥିବା ଜଣାପଡ଼ିଛି ।

ସେହିପରି ରବିବାର ନ୍ୟୁୟର୍କରେ ଥିବା ଏହି ମ୍ୟାଚଟି ପୂର୍ବାହ୍ନ ୧୦.୩୦(ଭାରତୀୟ ସମୟାନୁସାରେ ରାତି ୮ଟା )ରେ ଆରମ୍ଭ ହେବାକୁ ଥିବାବେଳେ ଏହି ସମୟରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ଖବର ଦର୍ଶକ ଏବଂ ଖେଳାଳିଙ୍କୁ ନିରାଶ କରିପାରେ ।

Get real time updates directly on you device, subscribe now.