fbpx

World Cup ସେମି ଫାଇନାଲରେ ହେବ ଭାରତ-ପାକିସ୍ତାନ ଲଢେଇ! ନଭେମ୍ବର ୧୫ରେ ହାଇ ଭୋଲ୍ଟେଜ ମୁକାବିଲା

Advertisement

ନୂଆଦିଲ୍ଲୀ: ବିଶ୍ୱକପରେ ବର୍ତ୍ତମାନ ପଏଣ୍ଟ ଟେବୁଲର ଟପରେ ରହିଛି ଭାରତ । ୮ଟି ମ୍ୟାଚରେ ବିଜୟୀ ହୋଇ ୧୮ ପଏଣ୍ଟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି । ସାଉଥ ଆଫ୍ରିକା ବିପକ୍ଷରେ ଦମଦାର ବ୍ୟାଟିଂ ସାଙ୍ଗକୁ ଘାତକ ବୋଲିଂରେ ଲଗାତାର ଅଷ୍ଟମ ବିଜୟ ହାସଲ କରିଛି ରୋହିତ ସେନା । ତେବେ ମ୍ୟାଚ ହାରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ନିଜର ଜାଗା ସୁରକ୍ଷିତ କରି ସାରିଛି । ସେମିଫାଇନାଲରେ ଅବଶିଷ୍ଟ ଦୁଇଟି ଦଳ ବର୍ତ୍ତମାନ ୫ଟି ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ଅନୁମାନ କରାଯାଉଛି ଯେ, ଅଷ୍ଟ୍ରେଲିଆ ଏବଂ ପାକିସ୍ତାନଏହି ଦୁଇଟି ସ୍ଥାନ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିପାରନ୍ତି । ତେଣୁ ସେମି ଫାଇନାଲରେ ପୁଣିଥରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ମିଳିପାରେ ।

ବିଶ୍ୱକପ ପଏଣ୍ଟ ଟେବୁଲରେ ପାକିସ୍ତାନ ୮ ପଏଣ୍ଟ ପାଇଥିବା ବେଳେ ରନ୍ ରେଟ୍ ପାଇଁ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ତେବେ ଯଦି ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଉଭୟ ଦଳ ପରବର୍ତ୍ତୀ ମ୍ୟାଚ୍ ଜିତନ୍ତି ତେବେ ସେମାନେ ସର୍ବାଧିକ ୧୦ ପଏଣ୍ଟରେ ହିଁ ପହଞ୍ଚି ପାରିବେ । ଏଭଳି ପରିସ୍ଥିତିରେ ପାକିସ୍ତାନର ସେମି ଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମଧ୍ୟ ରହିଛି । ବିଶ୍ୱକପର ନିୟମ ଅନୁସାରେ, ସେମିଫାଇନାଲରେ ପଏଣ୍ଟ ଟେବୁଲର ଏକ ନମ୍ବର ଦଳ ଚାରି ନମ୍ବର ଦଳକୁ ଭେଟିବ । ଦ୍ୱିତୀୟ ଏବଂ ତୃତୀୟ ଦଳ ଦ୍ୱିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବେ । ତେଣୁ ଏହା ମଧ୍ୟ ସ୍ପଷ୍ଟ ଯେ ଭାରତୀୟ ଦଳ ବର୍ତ୍ତମାନ ଚତୁର୍ଥ ମାନ୍ୟତା ଦଳକୁ ଭେଟିବ । ଚତୁର୍ଥ ସ୍ଥାନରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରୁ ଗୋଟିଏ ଦଳ ସ୍ଥାନ ପାଇପାରନ୍ତି । ଯଦି ପାକିସ୍ତାନ ଚତୁର୍ଥ ନମ୍ବରରେ ରହି ସେମି ଫାଇନାଲରେ ପ୍ରବେଶ କରେ, ତେବେ ବିଶ୍ୱକପରେ ପୁଣିଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ ଦେଖିବାକୁ ମିଳିପାରେ । ନଭେମ୍ବର ୧୫ ତାରିଖରେ ମୁମ୍ବାଇ ୱାନଖେଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବାର ସୂଚୀ ରହିଛି ।

ବିଶ୍ୱକପରେ ଭାରତ ଆଠଟି ମ୍ୟାଚ୍ ମଧ୍ୟରୁ ଆଠଟି ଜିତି ୧୬ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ତେବେ ଭାରତୀୟ ଦଳ ସେମିଫାଇନାଲ ପୂର୍ବରୁ ୧୨ ନଭେମ୍ବରରେ ନେଦରଲାଣ୍ଡକୁ ଭେଟିବ । ଏହାପରେ ଦକ୍ଷିଣ ଆଫ୍ରିକା ଖେଳାଯାଇଥିବା ଆଠଟି ମ୍ୟାଚ ମଧ୍ୟରୁ ୬ଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲ ତୃତୀୟରେ ରହିଛି । ଅଷ୍ଟ୍ରେଲିଆ ବର୍ତ୍ତମାନ ପର୍ଯ୍ୟନ୍ତ ସାତୋଟି ମ୍ୟାଚ୍ ଖେଳିଥବା ବେଳେ ସେଥିରୁ ୫ଟି ବିଜୟରୁ ୧୦ ପଏଣ୍ଟ ହାସଲ କରିଛି । ଅର୍ଥାତ୍ ଅଷ୍ଟ୍ରେଲିଆ ଦଳ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତିଲେ ମଧ୍ୟ ଏଥିରେ ସର୍ବାଧିକ ୧୪ ପଏଣ୍ଟରେ ରହିବ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଏହାପରେ ପଞ୍ଚମ ସ୍ଥାନରେ ୮ ପଏଣ୍ଟ ସହ ପାକିସ୍ତାନ ସେମି ଫାଇନାଲ ଆଶାରେ ରହିଛି ।

Get real time updates directly on you device, subscribe now.