fbpx

ରିସର୍ଚ୍ଚରେ ଖୁଲାସା; ଏହିସବୁ ସୁନ୍ଦର ସହରରେ ରହୁଛନ୍ତି ଭୂତ, ବହୁ ସମୟରେ କରିଥାନ୍ତିି ଲୋକଙ୍କ ପିଛା

Advertisement

ନୂଆଦିଲ୍ଲୀ: ବିଶ୍ୱରେ କିଛି ଭୂତ ସହର ଥିବା କଥା ଆପଣମାନେ ଶୁଣିଥିବେ । କିନ୍ତୁ ଏବେ ଏକ ରିସର୍ଚ୍ଚ ଟିମ୍ ବ୍ରିଟେନର ୧୦ ଭୂତ ସହର ବିଷୟରେ ଖୁଲାସା କରିଛନ୍ତି । ଏହିସବୁ ସହର ବହୁତ ସୁନ୍ଦର ଓ ଏଠାରେ ଲକ୍ଷ ଲକ୍ଷ ଲୋକ ବି ରହୁଛନ୍ତି । କିନ୍ତୁ ଏହି ସହର ଉପରେ ଗବେଷଣା କରୁଥିବା ଗବେଷକମାନେ କହିଛନ୍ତି ଏଠାରେ ଭୂତ ପ୍ରାୟ ସମୟରେ ଲୋକମାନଙ୍କ ପିଛା କରିଥାନ୍ତି ଓ ସେମାନଙ୍କୁ ଦଉଡାଇବା ସହ ଭୟଭୀତ କରାଇଥାନ୍ତି । ବହୁ ଲୋକ ଏହି ଭୂତ ମଧ୍ୟ ଦେଖିଛନ୍ତି ।

ମିରର ରିପୋର୍ଟ ଅନୁସାରେ ଗବେଷକଙ୍କ ଟିମ୍ ଭୂତ ସହର ବିଷୟରେ ଜାଣିବା ଲାଗି ୧୭୧୦ରୁ ୨୦୨୧ ମଧ୍ୟରେ ପ୍ରକାଶିତ ବିଭିନ୍ନ ନ୍ୟୁଜପେପରର ଅଧ୍ୟୟନ କରିଥିଲେ । ଏଥିରେ ସେମାନେ ଦେଖିଥିଲେ କେଉଁ ସହର ବିଷୟରେ ଏହି ଭୂତବାଲା ଘଟଣା ଅଧିକ ପ୍ରକାଶିତ ହୋଇଛି । ଏହିକୁ ସେମାନେ ଜନସଂଖ୍ୟା ଆଧାରରେ ବାଣ୍ଟିଥିଲେ । ପ୍ରାୟ ୭୦ ମିଲିୟନ ରିପୋର୍ଟ ଦେଖିବା ପରେ ରିସର୍ଚ୍ଚର ଟିମ୍ କେମ୍ବ୍ରିଜ୍‌ଶାୟରର ଏଲି ସହରରେ ସବୁଠାରୁ ଅଧିକ ଭୂତ ଅଛନ୍ତି ବୋଲି କହିଛନ୍ତି । ଏଠାରେ ପ୍ରତି ୧୦୦ ଲୋକରେ ୯ ଜଣ ଲୋକ ଭୂତ ବିଷୟରେ ଭୟାନକ କଥା କହିଥାନ୍ତି ।

ଏହା ବ୍ୟତିତ ୟାର୍କ ଓ ଅକ୍ସଫୋର୍ଡ ପରି ନାମୀ ସହର ମଧ୍ୟ ଭୂତ ସହର ତାଲିକାରେ ଶୀର୍ଷରେ ଅଛନ୍ତି । ଏହିସବୁ ସହର ବହୁତ ସୁନ୍ଦର ଓ ଏଠାରେ ଲକ୍ଷ ଲକ୍ଷ ଲୋକ ବାସ କରୁଛନ୍ତି । କିନ୍ତୁ ଏଠିକାର ଲୋକେ ସବୁଠାରୁ ଅଧିକ ଭୂତ ଅନୁଭୂତି ବର୍ଣ୍ଣନା କରିଥାନ୍ତି । ତେବେ ଏହି ସହରମାନଙ୍କ ମଧ୍ୟରେ ଏଲି ସହର ଅସାଧାରଣ ଗତିବିଧିର କେନ୍ଦ୍ର ଅଟେ ।

ଅଶରୀରି ଗତିବିଧି ଉପରେ ଗବେଷଣା କରୁଥିବା ମାର୍କ ଗ୍ରାହମ କହିଛନ୍ତି ସେ ଭୂତକୁ ଦେଖିଛନ୍ତି । ସେ ବର୍ଡନ ନାମକ ସ୍ଥାନରେ ରହୁଥିଲେ ଯେଉଁଠି ଏକ ପୁରୁଣା ଅନାଥଳୟ ଥିଲା । କୁହାଯାଉଛି କି ଯେଉଁ ଅନାଥ ପିଲାମାନଙ୍କ ସହ ଏଠାରେ ଦୁର୍ବ୍ୟବହାର କରାଯାଇଥିଲା ସେମାନଙ୍କ ଭୂତ ଏହିଠାରେ ରହୁଛନ୍ତିି । ତେବେ ବ୍ରିଟେନର ୫ ଭୂତ ସହର ମଧ୍ୟରେ ରହିଛନ୍ତି ସେଲିସବରୀ, ୟାର୍କ, ଅକ୍ସଫୋର୍ଡ, କେମ୍ବ୍ରିଜ୍ ଓ ଡର୍ବି ପରି ସୁନ୍ଦର ସହର ।

Get real time updates directly on you device, subscribe now.