fbpx

କାର୍ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର, ଦୁର୍ଘଟଣାଗ୍ରସ୍ତ କାରରେ ଥିଲେ IIC

Advertisement

ବଲାଙ୍ଗିର: ବଡ଼ଧରଣର କାର୍ ଧକ୍କା ହେବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ବାଇକ ଆରୋହୀ ସ୍ୱାମୀଙ୍କର ମୃତ୍ୟୁ ଘଟିଛି । ଏଥିରେ ତାଙ୍କ ସ୍ତ୍ରୀ ଗୁରୁତର ଅଛନ୍ତି । ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ କାରରେ ଆଇଆଇସି ଥିଲେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ବଲାଙ୍ଗିର ଜାତୀୟ ରାଜପଥର ଛତାମଖନା ଛକରେ ଏପରି ଦୁର୍ଘଟଣା ଘଟିଛି । କାର ଚାଳକ ଜଣକ ଦ୍ରୁତଗତିରେ ଆସି ବାଇକ ଆରୋହୀଙ୍କୁ ଖୁବ ଜୋରରେ ଧକ୍କା ଦେଇଥିଲା । ସେହି ବାଇକରେ ସ୍ୱାମୀ-ସ୍ତ୍ରୀ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇଥିଲେ । ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ କାରରେ ଥିଲେ ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପ୍ରଧାନ । ଏହି ଦୁର୍ଘଟଣାରେ ଆଇଆଇସି ମନୋଜ ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣାପଡିଛି ଯେ, କାରଟି ଭଡା ଗାଡ଼ି ଥିଲା । ଆଇଆଇସି ଚଳାଉଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.