fbpx

ଏବେ Gmailରେ ଗୋଟିଏ କ୍ଲିକରେ ଡିଲିଟ ହେବ ସବୁ Bulk Messages, ଏଠାରେ ଜାଣନ୍ତୁ ପ୍ରଣାଳୀ

Advertisement

ନୂଆଦିଲ୍ଲୀ: ଗୁଗୁଲ ଆପଣଙ୍କୁ ଗୁଗୁଲ ଆକାଉଣ୍ଟ ପାଇଁ ଫ୍ରି ୧୫ଜିବି ଷ୍ଟୋରେଜ ଦେଉଛି । ଏଥିରେ ଆପଣ ଫଟୋ, ଇମେଲ ଏବଂ ଗୁଗୁଲ ଡ୍ରାଇଭ ଫାଇଲ୍ସକୁ ଷ୍ଟୋର କରିପାରେ । ହେଲେ କିଛି ବ୍ୟବହାରକାରୀଙ୍କ ପାଖେ ବହୁ ପରିମାଣରେ ମେଲ୍ସ ଆସୁଛି । ଯେଉଁଥିରେ ଷ୍ଟୋରେଜ ଶିଘ୍ର ଫୁଲ ହୋଇଯାଏ । ଷ୍ଟୋରେଜ ପୁଣି ହାସଲ କରିବା ପାଇଁ ୟୁଜର୍ସଙ୍କୁ ସେହି ମେଲ ଗୁଡିକୁ ହଟାଇବାକୁ କୁହାଯାଏ, ଯାହା ଜରୁରୀ ନୁହେଁ । ଗୁଗୁଲ ୟୁଜର୍ସକୁ Bulk ମେସେଜ ଡିଲିଟ କରିବାର ଅପସନ ଦେଉଛି । ହେଲେ ସମସ୍ତ Bulk ମେସେଜକୁ ଡିଲିଟ କରିବା ପାଇଁ ଅପସନ ରୁହେ ନାହିଁ । ହେଲେ ଏବେ ଗୁଗୁଲ ସମସ୍ତ ଇମେଲକୁ ହଟାଇବାର ଅପସନ ଦେଉଛି । ଏଥିରେ ବ୍ୟବହାରକାରୀ କେବଳ ଗୋଟିଏ କ୍ଲିକରେ ସମସ୍ତ ମେସେଜକୁ ଏକାସାଙ୍ଗରେ ଡିଲିଟ କରିପାରିବେ ।

ଜିମେଲରେ Bulk ମେସେଜ ଡିଲିଟ କରିବାର ଉପାୟ:
-ବ୍ରାଉଜରରେ ଜିମେଲ ଓପନ କରି ଲଗ-ଇନ କରନ୍ତୁ ।
-ଇନବକ୍ସର ଟପରେ ଥିବା ଚେକବକ୍ସରେ କ୍ଲିକ କରନ୍ତୁ । ଏଥିରେ ସମସ୍ତ ମେଲ ଆସିଯିବ ।
-Select all X conversations in Primaryକୁ ସିଲେକ୍ଟ କରନ୍ତୁ । ଏହା ଆପଣଙ୍କ ଇନବକ୍ସରେ ସେହି ସମସ୍ତ ମେଲ୍ସକୁ ସିଲେକ୍ଟ କରିବାକୁ ଦେବ ।
-ମେସେଜ ସମସ୍ତ ଡିଲିଟ କେନକୁ ପଳେଇବ, ଯାହାକୁ ଆପଣ ସିଲେକ୍ଟ କରି ଡିଲିଟ କରିପାରିବେ ।
-ପ୍ରମୋଶନ ଏବଂ ସୋସିଆଲ କାଟାଗୋରୀ ପାଇଁ ଆପଣ ଉପାୟ ଆପଣେଇ ମେଲ୍ସକୁ ଡିଲିଟ କରିପାରିବେ ।

ଯଦି ଆପଣ କୌଣସି ନାମ ବା ସମୟ ସହିତ ବ୍ଲକ ମେସେଜ ଡିଲିଟ କରିବାକୁ ଚାହୁଁଛନ୍ତି ତେବେ ଏହି ସୋପାନକୁ ଫଲୋ କରନ୍ତୁ..

-ଜିମେଲ ଓପନ କରନ୍ତୁ ଏବଂ ସର୍ଚ୍ଚ ବାରରେ search query ଟାଇପ୍ କରନ୍ତୁ, ଏଠାରେ ସେଣ୍ଡର ନେମ ବା ଟାଇମକୁ ଫଲୋ କରନ୍ତୁ । ଗୋଟିଏ କ୍ଲିକରେ ସେହି ସମୟର ମେସେଜ ଡିଲିଟ ହୋଇପାରିବ ।
-ଏହାପରେ ଇନବକ୍ସର ଟପରେ ଚେକବକ୍ସ ଉପରେ କ୍ଲିକ କରନ୍ତୁ । ସେହି ମେଲ୍ସକୁ ସିଲେକ୍ଟ କରନ୍ତୁ ଯାହା ଆପଣଙ୍କ ସର୍ଚ୍ଚ ସହିତ ମେଳ ଖାଉଥିବ ।
-ଡିଲିଟ ବଟନ ଉପରେ କ୍ଲିକ କରିବା ପରେ ସମସ୍ତ ମେଲ୍ସ ଡିଲିଟ ହୋଇଯିବ । ଯଦି ଆପଣ ସେଥିରୁ କିଛି ମେଲକୁ ଡିଲିଟ କରିଛନ୍ତି, ଯାହାକୁ ଡିଲିଟ କରିବା କଥା ନୁହେଁ ତେବେ ଏଠାରେ ଆପଣ ଟ୍ରାସ ଫୋଲ୍ଡରକୁ ଯାଇ ରିଷ୍ଟୋର କରିପାରିବେ ।

Get real time updates directly on you device, subscribe now.