fbpx

ବିନା ପରୀକ୍ଷାରେ ଦଶମ ପାସଙ୍କୁ ପୋଷ୍ଟ ଅଫିସରେ ଚାକିରି: ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଳୀ: ଭାରତୀୟ ଡାକ ବିଭାଗରେ ଚାକିରି ପାଇଁ ସୃଷ୍ଟି ହୋଇଛି ନୂତନ ସୁଯୋଗ । ତେବେ ଦଶମ ଶ୍ରେଣୀ ପାସ କରିଥିବା ବ୍ୟକ୍ତିଙ୍କୁ ଚାକିରିର ଏକ ବଢିଆ ଅବକାଶ ପ୍ରଦାନ କରୁଛି ଭାରତୀୟ ଡାକ ବିଭାଗ । ଏହା ସହିତ ଆପଣଙ୍କୁ ଚମକାଇ ଦେଲା ଭଳି ଆଉ ଏକ ଖବର ହେଉଛି ଏହି ଚାକିରି ପାଇଁ କୌଣସି ପରୀକ୍ଷା ଅନୁଷ୍ଠିତ ହେବ ନାହିଁ । ବର୍ତ୍ତମାନ କେବଳ ଆନ୍ଧ୍ରପ୍ରଦେଶ ସର୍କଲ ପାଇଁ ଏହି ନିଯୁକ୍ତି ବାହାରିଛି । ଭାରତୀୟ ଡାକ ସେବାର ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି ।

ଭାରତୀୟ ଡାକର ଆଧିକାରିକ ୱେବସାଇଟ https://appost.in/gdsonlinec3p5/reference.aspxରେ ଆପଣ ଆବେଦନ କରିପାରିବେ । ୩ ନଭେମ୍ବରରୁ ଆବେଦନ ଆରମ୍ଭ ହେଉଥିବା ବେଳେ ୧୮ ନଭେମ୍ବର ଆବେଦନ ପାଇଁ ଶେଷ ତାରିଖ ରହିଛି । ସମୁଦାୟ ୨୨୯୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ ପାଇଁ ସର୍ବନିମ୍ନ ବୟସ ୧୮ ରହିଥିବା ବେଳେ ସର୍ବାଧିକ ବୟସସୀମା ୪୦ ରହିଛି । ଆବେଦନ ଦେୟ ୧୦୦ ଟଙ୍କା ରଖାଯାଇଛି ।

Get real time updates directly on you device, subscribe now.