fbpx

ଡାକ ବିଭାଗରେ ୩୮,୯୨୬ ଜିଡିଏସ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦଶମ ପାସ୍ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ନୁଆଦିଲ୍ଲୀ: ଯେଉଁମାନେ ଦଶମ ପାସ୍ କରିଛନ୍ତି ଆଉ ଚାକିରି ଖୋଜୁଛନ୍ତି, ସେମାସନଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ(ଜିଡିଏସ) ପଦରେ ନିଯୁକ୍ତି ପାଇଁ ଆବେଦନ କରିଛି । ଦଶମ ପାସ୍ କରିଥିବା ଆଶାୟୀ ମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ପଦବୀ ପାଇଁ ମୋଟ୍ ୩୮,୯୨୬ ପଦରେ ଆଶାୟୀଙ୍କ ନିଯୁକ୍ତି କରାଯିବ । ଏଥିପାଇଁ ବିସ୍ତୃତ ସୂଚନା indiapostgdsonline.gov.in ମିଳିବ ।

ଇଚ୍ଛୁକ ଆଶାୟୀ ଜୁନ୍ ୫ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଦେଶର ବିଭିନ୍ନ ସ୍ଥାନରେ ଏହି ନିଯୁକ୍ତି ବାହାରିଛି । ଯାହାର ସବିଶେଷ ସୂଚନା ୱେବସାଇଟ୍ ରେ ମିଳିବ । ଏହି ପଦବୀ ପାଇଁ ଆବେଦନ କରିବାକୁ ଆଶାୟୀ ଦଶମ ପାସ୍ କରିଥିବା ଜରୁରୀ ଏବଂ ବୟସ ୪୦ ବର୍ଷରୁ ହୋଇ ନଥିବ । ଏହା ସହ ଆଶାୟୀ ସାଇଲେକ ମଧ୍ୟ ଚଲାଇ ଯାଇଣିଥିବେ । ସ୍ଥାନୀୟ ଭାଷା ଜାଣିଥିବା ଜରୁରୀ ।

ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦ ପାଇଁ ୧୨ ହଜାର ଟଙ୍କା ଦରମା ମିଳିବାକୁ ଥିବା ବେଳେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ପାଇଁ ଦଶ ହଜାର ଟଙ୍କା ଦରମା ମିଳିବ । ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଅନୁଷ୍ଠିତ ହେବ ନାହିଁ । ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପାଇଁ କମ୍ପ୍ୟୁଟର ଜେନେରାଲ ମେରିଟ ଲିଷ୍ଟ୍ ମାଧ୍ୟମରେ କରାଯିବ । ଏହି ପଦବୀ ପାଇଁ ମେ ୨ରୁ ଜୁନ୍ ୫ ପର୍ଯ୍ୟନ୍ତ ଆବେଦନ ହେବ । କୌଣସି ବି ରାଜ୍ୟ ବିଷୟରେ ଅଧିକ ସୂଚନା ସରକାରୀ ନୋଟିଫିକେସନରେ ପାଇ ପାରିବେ ।

 

Get real time updates directly on you device, subscribe now.