UAEକୁ ହରାଇ ଇମର୍ଜିଂ ଟି-୨୦ ଏସିଆ କପ୍ ସେମିଫାଇଲରେରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ଇମର୍ଜିଂ ଟି-୨୦ ଏସିଆ କପରେ ଆଜି ପ୍ରତିପକ୍ଷ ୟୁନାଇଟେଡ ଅରବ ଅମିରାତ (ୟୁଏଇ)କୁ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏହା ପୂର୍ବରୁ ଗତ ୧୯ ତାରିଖରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ରନରେ ହରାଇଥିଲା । ତେବେ କ୍ରମାଗତ ଦୁଇଟି ମ୍ୟାଚରେ ବିଜୟୀ ହେବା ଭାରତ ଗ୍ରୁପ ଟପରେ ପହଞ୍ଚି ଯାଇଛି । ଏହି ବିଜୟ ଫଳରେ ଭାରତ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ।

୧୦୮ ରନର ଲକ୍ଷ୍ୟକୁ ଇଣ୍ଡିଆ ଏ’ ଅତି ସହଜରେ ୧ ଓଭରରେ ହାସଲ କରିନେଇଥିଲା । ଅଭିଷେକ ଶର୍ମା ଏକ ବିସ୍ଫୋରକ ଇନିଂସ ଖେଳି ମାତ୍ର ୨୪ଟି ବଲରୁ ୫୮ ରନ୍ ସଂଗ୍ରହ କରିଥିଲେ । ଏହି ଅବସରରେ ସେ ୫ଟି ଚୌକା ଓ ୪ଟି ଛକା ମାରିଥିଲେ । ଭାରତୀୟ ଟିମର ଏହା ଦ୍ୱିତୀୟ ବିଜୟ ହୋଇଥିବା ବେଳେ ପ୍ରଥମ ଟିମ୍ ଭାବେ ସେମିରେ ପ୍ରବେଶ କରିଛି । ଆଜି ପ୍ରଥମେ ବ୍ୟାଟିଂ କରି ରାହୁଲ ଚୋପ୍ରାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୟୁଏଇ ୧୦୭ ରନରେ ସୀମିତ ରହିଥିଲା । ଭାରତ ଏ ମାତ୍ର ୩ଟି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଂଶୁଲ କମ୍ବୋଜ, ବୈଭବ ଅରୋଡ଼ା, ଅଭିଷେକ ଶର୍ମା ଓ ନେହାଲ ବଢ଼େରା ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତ ଗ୍ରୁପ-ବି’ରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଆଜିର ବିଜୟ ପରେ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି ।

Get real time updates directly on you device, subscribe now.