fbpx
BJD SKY
BJD SKY

Asian Games ଫାଇନାଲରେ ପହଞ୍ଚିଲା ଭାରତ: ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା ପାକିସ୍ତାନ

BJD

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ଆରମ୍ଭର ୨୪ ଘଣ୍ଟା ଭିତରେ ଦୁଇଟି ସ୍ୱର୍ଣ୍ଣ ହାସଲ କରିସାରିଛି ଭାରତ । ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଦଳ ଉପରେ ରହିଛି ସମସ୍ତଙ୍କ ନଜର । ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଦଳ ଏବେ ଖୁବ ପରିଶ୍ରମ କରିବାରେ ଲାଗିଛି । ତେବେ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ସାମନା କରିବାକୁ ହେବ । ତେବେ ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତନକୁ ଏକ ଶକ୍ତ ଝଟକା ଲାଗିଛି । ଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲରୁ ହିଁ ବାଦ୍ ପଡ଼ିଛି ପାକ୍ କ୍ରିକେଟ ଟିମ୍ । ଏବେ ଏସିଆନ୍ ଗେମ୍ସ ଫାଇନାଲରେ ଶ୍ରୀଲଙ୍କା ସହ ମୁହାଁମୁହିଁ ହେବ ଭାରତ ।

ଏସିଆନ୍ ଗେମ୍ସର ପ୍ରଥମ ସେମି ଫାଇନାଲରେ ବାଂଲାଦେଶକୁ ୮ ୱିକେଟରେ ମାତ୍ ଦେଇଛି । ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ସେପଟେ ଦ୍ୱିତୀୟ ସେମି ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ମାତ୍ ଦେଇ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେଇଛି ଶ୍ରୀଲଙ୍କା । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା ୨୫ ତାରିଖରେ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଖେଳାଯିବ । ତେଣୁ ଭାରତ ଚଳିତଥର ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବ ବୋଲି ଆଶା କରାଯାଉଛି । ଏସିଆନ୍ ଗେମ୍ସରେ କ୍ରିକେଟକୁ ୩ ଥର ସ୍ଥାନ ଦିଆ ଯାଇଥିବା ବେଳେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଭାଗ ନେଇଛି । ତେଣୁ ପ୍ରଥମ ସୁଯୋଗରେ ହିଁ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିବାର ବଡ଼ ଦାବିଦାର ପାଲଟିଛି ।

ତେବେ ବାଂଲାଦେଶ ବିପକ୍ଷରେ ଟିମ ଇଣ୍ଡିଆର ଦମଦାର ବୋଲିଂ ଆଗରେ ଫେଲ ମାରିଛି ବାଂଲାଦେଶର ବ୍ୟାଟିଂ ଅର୍ଡର । ଷ୍ଟାର ବୋଲର ପୂଜା ବସ୍ତ୍ରକର ୧୭ ରନ୍ ବ୍ୟୟ କରି ୪ଟି ୱିକେଟ ହାସଲ କରିଥିବା ବେଳେ ଟିଟାସ ସାଧୁ, ଅମନଜୋତ କୌର, ରାଜେଶ୍ୱରୀ ଗାଏକ୍ୱାଡ ଏବଂ ଦେବିକା ବୈଦ୍ୟ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ତେବେ ମାତ୍ର ବାଂଲାଦେଶକୁ ମାତ୍ର ୫୧ ରନ୍ ରେ ଅଟକାଇ ଦେଇଥିଲା ଭାରତୀୟ ଦଳ । ଏହାପରେ ମାତ୍ର ୮.୨ ଓଭରରେ ବାଂଲାଦେଶର ୫୨ ରନ୍ ଟାର୍ଗେଟକୁ ହାସଲ କରି ଫାଇନାଲର ଟିକେଟ ପ୍ରାପ୍ତ କରିଛି ଭାରତ । ବର୍ତ୍ତମାନ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ହେବ ଆଉ ଏକ ଫାଇଟ ।

Get real time updates directly on you device, subscribe now.