fbpx
BJD SKY
BJD SKY

ଭାରତ ଟିକାକରଣରେ ସୃଷ୍ଟି କଲା ରେକର୍ଡ: ଦିନକରେ ଦିଆଗଲା ୮୬ ଲକ୍ଷ ଡୋଜ୍; ମୋଦି ପ୍ରଶଂସା କରି କହିଲେ ‘ୱେଲ ଡନ୍ ଇଣ୍ଡିଆ’

BJD

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାର ଠାରୁ ଟିକାକରଣ ଅଭିଯାନକୁ ଆହୁରି ବ୍ୟାପକ କରାଯାଇଛି । କୁହାଯାଉଛି ଯେ ସୋମବାର ୮୬ଲକ୍ଷରୁ ଅଧିକ ଡୋଜ୍ ଟିକା ନେଇଛନ୍ତି ଦେଶବାସୀ । ଭାରତରେ ଗୋଟିଏ ଦିନରେ ଏତେ ମାତ୍ରାରେ ଟିକାକରଣ ହେବା ପ୍ରଥମ ଘଟଣା । ଏହାକୁ ପ୍ରଶଂସ।। କରି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧରେ ଲଢେଇରେ ଟିକା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ଯେଉଁମାନେ ଟିକାର ଡୋଜ୍ ନେଇଛନ୍ତି ସେମାନଙ୍କୁ ଶୁଭେଚ୍ଛା । ଏତେ ସଂଖ୍ୟକ ଲୋକଙ୍କୁ ଟିକାର ଡୋଜ୍ ଦେବାକୁ ଅକ୍ଲାନ୍ତ ପରିଶ୍ରମ କରିଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ସଲାମ୍ । ଏହା ସହ ୱେଲ ଡନ ଇଣ୍ଡିଆ କହିଛନ୍ତି ।

କେନ୍ଦ୍ରସରକାରଙ୍କ ପକ୍ଷରୁ ସାରା ଦେଶରେ ମାଗଣା ଟିକାକରଣ କରାଯାଉଛି । ଗତ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଥିଲେ । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଟିକାକରଣ ଗତିକୁ ଆହୁରୀ ତୀବ୍ର କରାଯାଇଛି । କେନ୍ଦ୍ର ସରକାର ଏବେ ଟିକା କିଣି ରାଜ୍ୟ ସରକାରମାନଙ୍କୁ ଯୋଗାଇବେ । ଦେଶବ୍ୟାପି ଟିକାକରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ମଧ୍ୟପ୍ରଦେଶରେ ଗୋଟିଏ ଦିନରେ ୧୬ ଲକ୍ଷରୁ ଅଧିକ ଟିକା ଦେଇଥିବା ବେଳେ କର୍ଣ୍ଣାଟକ ୧୧ ଲକ୍ଷରୁ ଅଧିକ ଟିକା ଦେଇଛି ।

ସେପଟେ ଟିକାକରଣରେ ଓଡ଼ିଶା ମଧ୍ୟ ରେକର୍ଡ ସୃଷ୍ଟି କରିଛି । ଦେଶରେ କୋଭିଡ୍ ଟିକା ନୀତି ଲାଗୁ ହେବା ଫଳରେ କ୍ୟାମ୍ପେନ ମୋଡରେ ସାରା ଓଡିଶାରେ ଚାଲିଛି ଟିକା କରଣ । ତେବେ ଆଗାମୀ ଦିନରେ ଟିକାକରଣକୁ ଆହୁରୀ ତୀବ୍ର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ଭ୍ୟାକସିନ୍ ଉତ୍ପାଦନକୁ ମଧ୍ୟ ଆହୁରି ବଢାଇବାକୁ ପ୍ରସ୍ତୁତ ଜାରି ରହିଛି ।

Get real time updates directly on you device, subscribe now.