fbpx

ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୧୬୭ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨କୁ ବୃଦ୍ଧି ପାଇଛି । ଦିନକରେ ୪୨ ହଜାର ୬୪୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୨ ହଜାର ୫୨୧ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୮ କୋଟି ୮୭ ଲକ୍ଷ ୬୬ ହଜାର ୨୦୧ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.