fbpx

ଲଦାଖରେ ସଂଘର୍ଷ ପରେ ସେନା ପାଇଁ କେନ୍ଦ୍ରର ଜରୁରୀ ପାଣ୍ଠି , ଜାଣନ୍ତୁ କେତେ?

Advertisement

ଚୀନ ସହିତ ସୀମାରେ ବିବାଦ ବୃଦ୍ଧି ପାଉଥିବା ବେଳେ ୩ ସେନା ବାହିନୀ ପାଇଁ ଜରୁରୀକାଳୀନ ପାଣ୍ଠି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ସେନାରେ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର କିଣିବାକୁ ଅନୁମତି ଦିଆଯାଇଛି । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତିି ଯେ, ୩ ସେନାର ମୁଖ୍ୟଙ୍କୁ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ପାଇଁ ଫାଷ୍ଟ ଟ୍ରାକ୍ ପ୍ରୋସିଜର ମାଧ୍ୟମରେ ଅସ୍ତ୍ରଶସ୍ତ୍ର କିଣିବାକୁ ୫୦୦ କୋଟି ଟଙ୍କା ଦିଆଯାଇଛି । ତେବେ ଚୀନ୍ ସହ ସୀମା ବିବାଦ ନେଇ ୩ ସେନାମୁଖ୍ୟଙ୍କ ସହ ଆଜି ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.