fbpx
BJD SKY
BJD SKY

ରଥଯାତ୍ରାର ଦ୍ୱନ୍ଦ୍ୱ ଦୂର କରିବା ପାଇଁ କ’ଣ ପରାମର୍ଶ ଦେଲେ ବାଡ଼ଗ୍ରାହୀ?

BJD

ପୁରୀ,୨୧ ।୬(ଓଡିଶା ଭାସ୍କର): ଚଳିତବର୍ଷ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ, ସେନେଇ କଳ୍ପନାଜଳ୍ପନା ଲାଗିରହିଛି । କରୋନା ସଙ୍କଟ ପାଇଁ ସୁପ୍ରିମକୋର୍ଟ ଚଳିତବର୍ଷ ରଥଯାତ୍ରକୁ ବନ୍ଦ କରିବା ପାଇଁ ରାୟ ଶୁଣାଣି ଥିବା ବେଳେ ଏହାର ପୁନଃ ବିଚାର ପାଇଁ ଆବେଦନ କରାଯାଇଛି । ଏହାକୁ ନେଇ ବିଭିନ୍ନ ମହଲରେ ସ୍ୱର ଉଠିଥିବା ବେଳେ ଗଜପତିଙ୍କଠାରୁ ଆରମ୍ଭ କରି ପୁରୀର ବିଧାୟକ ଜୟନ୍ତ ଷଢଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ରଥଯାତ୍ରା ପ୍ରସଙ୍ଗରେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ପରାମର୍ଶ ଦେଇ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଜ୍ଞାମାଳ ଆସୁ, ଆଜ୍ଞାମାଳ ପାଇ ରଥ ସିଂହାସନ ଲାଗୁ ହେବ । ଠାକୁରଙ୍କୁ ରଥ ଉପରକୁ ନିଆଯିବ । ରଥ ଉପରେ ଠାକୁରଙ୍କୁ ପୂଜାର୍ଚ୍ଚନା ଓ ଭୋଗ ଲାଗୁ ହେଉ । ରଥା ଟଣା ନଯାଉ, ଯାହାଦ୍ୱାରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । କିନ୍ତୁ ଚାରିପାଖ ସିଲ କରାନ୍ତୁ ରାଜ୍ୟ ସରକାର । ମହାପ୍ରଭୁଙ୍କୁ ରଥକୁ ଅଣାଯାଉ, ହେଲେ କେହି ଭକ୍ତ ନଆସନ୍ତୁ ।’ ତେବେ ମହାପ୍ରଭୁ ରଥ ଉପରକୁ ନ ଆସିଲେ ନାନା ବିପତ୍ତି ଆସିବ ବୋଲି ବାଡ଼ଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.