fbpx

ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବେଙ୍ଗଲୁରୁ, ୩ା୧: ବେଙ୍ଗଲୁରୁରେ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟିତ ହୋଇ ସାରିଛି । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ସ୍ୱପ୍ନ ପୂରଣ କରିବା ପାଇଁ ଆଉ ପାଦେ ଆଗକୁ ଯିବାକୁ ହେବ । ଆମକୁ ପ୍ଲାଷ୍ଟିକର ବିକଳ୍ପ ଖୋଜିବାକୁ ପଡ଼ିବ । ଆଗାମୀ ଦଶନ୍ଧି ପାଇଁ ବୈଜ୍ଞାନିକ ସଙ୍କଳ୍ପ ନେବାକୁ ମୋଦି ଆହ୍ୱାନ କରିଛନ୍ତି । ନବ ଉଦ୍ଭାବନ ସୂଚୀରେ ଭାରତର ସ୍ଥାନ ୫୨କୃ ବୃଦ୍ଧି ପାଇଛ ବୋଲି ସେ କହିଛନ୍ତିି । ଗତ ୫ବର୍ଷର ଅଗ୍ରଗତିରେ ସନ୍ତୋଷ ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଗତ ୫୦ବର୍ଷ ତୁଳନାରେ ଗତ ୫ବର୍ଷରେ ପ୍ରଗତି ହୋଇଛି । ଏହା ସହ ଏହି ୫ଦିନିଆ ଅଧିବେଶନରେ ୨ଜଣ ନୋବେଲ ବିଜେତା ଯୋଗଦେବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.