fbpx

ଆମେରିକା ଓ ବ୍ରିଟେନ ବିରୁଦ୍ଧରେ ଆଫ୍ରିକାକୁ ସମର୍ଥନ କଲା ଭାରତ, ଜାତିସଂଘରେ ଅଣାଯାଇଥିଲା ଏହି ବଡ ପ୍ରସ୍ତାବ

Advertisement

ନୂଆଦିଲ୍ଲୀ: ଜାତିସଂଘରେ ଭାରତ ଟ୍ୟାକ୍ସେସନ ଉପରେ ଆଫ୍ରିକୀୟ ଦେଶର ପ୍ରସ୍ତାବକୁ ସମର୍ଥନ କରିବା ସହ ଆଫ୍ରିକାକୁ ଜିତାଇ ବି ଦେଇଛି । ଆମେରିକା, ବ୍ରିଟେନ ପରି ଦେଶ ବିରୁଦ୍ଧରେ ଯାଇ ଭାରତ ୫୪ ଦେଶ ବିଶିଷ୍ଟ ଆଫ୍ରିକା ମହାସଂଘର ପ୍ରସ୍ତାବକୁ ସମର୍ଥନ କରିଛି ଫଳରେ ଭୋଟିଂରେ ଆଫ୍ରିକାକୁ ବଡ ବିଜୟ ମଧ୍ୟ ମିଳିଛି ।

ଜାତିସଂଘରେ ‘ପ୍ରମୋଶନ ଅଫ୍ ଇନକ୍ଲୁସିଭ୍ ଆଣ୍ଡ ଇଫେକ୍ଟିଭ୍ ଇଣ୍ଟରନ୍ୟାସନାଲ ଟ୍ୟାକ୍ସ କୋଅପରେସନ ଆଟ୍ ୟୁନାଇଟେଡ୍ ନେସନ୍‌’ ନାମରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ଏଥିରେ ଦାବୀ କରାଯାଇଥିଲା କି ସାରା ବିଶ୍ୱରେ ଟ୍ୟାକ୍ସ ନିୟମରେ ସମାନତା ଅଣାଯାଉ । ଆଫ୍ରିକୀୟ ଦେଶ ବ୍ୟତିତ ବିଶ୍ୱର ବହୁ ବିକାଶଶୀଳ ଦେଶର ଯୁକ୍ତି ହେଉଛି ଏବେର ଟ୍ୟାକ୍ସ ବ୍ୟବସ୍ଥା ଆମେରିକା, ବ୍ରିଟେନ୍ ପରି ବିକଶିତ ଦେଶକୁ କେବଳ ଲାଭ ପହଞ୍ଚାଉଛି ।

ତେବେ ଏହି ପ୍ରସ୍ତାବ ଲାଗୁ ହୋଇଗଲେ ସାରା ବିଶ୍ୱରେ ଟ୍ୟାକ୍ସ ସ୍ଥିତିରେ ସମାନତା ଆସିବ । ଏବେ ଅର୍ଗାନାଇଜେସନ ଅଫ୍ ଇକୋନୋମିକ କୋଅପରେସନ ଆଣ୍ଡ ଡେଭଲପମେଣ୍ଟ (ଓଇସିଡି)ଉପରେ କେବଳ ବିକଶିତ ଦେଶମାନଙ୍କର ନିୟନ୍ତ୍ରଣ ରହିଛି । ଏହି ସଂଗଠନର ନିୟମରେ କେବଳ ବହୁଦେଶୀୟ କମ୍ପାନୀକୁ ଫାଇଦା ମିଳୁଛି । ଏହି ନିୟମ କାରଣରୁ ଗରିବ ଦେଶକୁ କମ୍ ଟିକସ ଦିଆଯାଉଛି କିନ୍ତୁ ଧନୀ ଦେଶକୁ ମୋଟା ରକମର ଟିକସ ମିଳୁଛି । ଏଥିରେ ସୁଧାର ଆଣିବାକୁ ଜାତିସଂଘରେ ଏପରି ପ୍ରସ୍ତାବ ଅଣାଯାଇଛି ବୋଲି ବିକାଶଶୀଳ ଦେଶ ପକ୍ଷରୁ କୁହାଯାଇଛି । ଜାତିସଂଘରେ ଉପସ୍ଥାପିତ ଏହି ପ୍ରସ୍ତାବ ଭାରତ, ଚୀନ୍‌, ବ୍ରାଜିଲ ପରି ବ୍ରିକ୍ସ ରାଷ୍ଟ୍ରର ସଦସ୍ୟଙ୍କ ସମର୍ଥନରେ ବହୁମତରେ ପାସ୍ ହୋଇଯାଇଛି ।

Get real time updates directly on you device, subscribe now.