fbpx

Ind Vs Nz 2nd T20: ସୂର୍ଯ୍ୟକୁମାରଙ୍କ ଶତକ ପରେ ଦମ୍ ଦେଖାଇଲେ ବୋଲର; ୬୫ ରନରେ ହାରିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-ଟ୍ୱେଣ୍ଟି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚକୁ ଭାରତ କୁ ୬୫ ରନରେ ଜିତି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ହେତୁ ଧୋଇ ହୋଇଯାଇଥିଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କ ଶତକ ବଳରେ ଘରୋଇ ଦଳ ଆଗରେ ୧୯୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ୧୨୬ ରନରେ ଅଲଆଉଟ ହୋଇଯାଇଥିଲା।

ଭାରତ ପାଇଁ ଦୀପକ ହୁଡା ସର୍ବାଧିକ ଚାରୋଟି ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ଭୁବନେଶ୍ୱର କୁମାର ଏବଂ ୱାସିଂଟନ ସୁନ୍ଦର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି।

ଏହା ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ ସୁର‌୍ୟ୍ୟକୁମାର ଯାଦବ ୫୧ ବଲରେ ୧୧୧ ରନ୍ ସଂଗ୍ରହ କରିଥିଲେ। ସୂର‌୍ୟ୍ୟଙ୍କ ଇନିଂସ ବଳରେ ଭାରତ ୧୯୧ ସ୍କୋର କରିଥିଲା। ଏହା ବ୍ୟତୀତ କିୱି ବୋଲର ଟିମ୍ ସାଉଥୀ ହ୍ୟାଟ୍ରିକ୍ ୱିକେଟ୍ ନେବାରେ ଏକ ଚମତ୍କାର ସଫଳତା ପାଇଥିଲେ। ସିରିଜର ଶେଷ ମ୍ୟାଚ୍ ୨୨ ନଭେମ୍ବରରେ ନାପିଅର୍ରେ ଖେଳାଯିବ।

Get real time updates directly on you device, subscribe now.