fbpx
BJD SKY
BJD SKY

T-20 World Cup: ରୋହିତ, ବିରାଟ, ସୂର୍ଯ୍ୟଙ୍କ ଶାନଦାର ବ୍ୟାଟିଂ, ୧୮୦ ରନର ପିଛା କରିବ ନେଦରଲ୍ୟାଣ୍ଡସ୍

BJD

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱପର ସୁପର-୧୨ ପର୍ଯ୍ୟାୟରେ ଆଜି ଭାରତ-ନେଦରଲ୍ୟାଣ୍ଡସ୍ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ମ୍ୟାଚରେ ରୋହିତ ବାହିନୀ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିବା ପରେ ଦଳର ମନୋବଳ ବୃଦ୍ଧି ପାଇଥିଲା । ତା’ର ଝଲକା ଆଜି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।

ତେବେ ଆଜି ଭାରତ ପ୍ରତିପକ୍ଷ ନେଦରଲ୍ୟାଣ୍ଡସକୁ ୧୮୦ ରନର ଟାର୍ଗେଟ୍ ଦେଇଛି । ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଓପନିଂ କରିଥିଲେ । ଦଳୀୟ ସ୍କୋର ୧୧ ଥିବାବେଳେ କେଏଲ ରାହୁଲ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ୫୩ ରନ କରି ରୋହିତ ବିଦାୟ ନେଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ । ଏହି ଦୁଇ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିବା ସହ ଶେଷ ମୁହୂର୍ତ୍ତରେ ଦ୍ରୁତ ରନ ସଂଗ୍ରହ କରି ନିର୍ଦ୍ଧାରିତ ଓଭରରେ ଦଳୀୟ ସ୍କୋର ୧୭୯/୨ରେ ପହଞ୍ଚାଇ ଦେଇଥିଲେ ।

ନେଦରଲ୍ୟାଣ୍ଡସ ପକ୍ଷରୁ ଭନ ମିକେରେନ ଓ ଫ୍ରେଡ କ୍ଲାସେନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଭନ ୪ ଓଭର ବୋଲିଂ କରି ୩୨ ରନ ଦେଇଥିବା ବେଳେ କ୍ଲାସେନ ୪ ଓଭର ବୋଲିଂ କରି ୩୩ ରନ ଦେଇଥିଲେ । ତେବେ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ସ୍କୋର କରିଥିଲେ ହେଁ ନେଦରଲ୍ୟାଣ୍ଡ ପରି ଛୋଟ ଦଳକୁ ଦୁର୍ବଳ ମନେ କରିବା ଠିକ୍ ହେବ ନାହିଁ । ଚଳିତ ବିଶ୍ୱକପରେ କିଛି ଦୁର୍ବଳ ଟିମ୍ ବଡ଼ ଦେଶକୁ ହରାଇ ରେକର୍ଡ କରିଛନ୍ତି ।

Get real time updates directly on you device, subscribe now.