fbpx
BSKY
BJD MC SKY
BJD YOUTH SKY

T-20 ବିଶ୍ୱକପ ପାଇଁ ଭାରତ ବାଛିବ ନୂଆ କୋଚ୍? ରାହୁଲ ଦ୍ରାବିଡଙ୍କ ଭବିଷ୍ୟକୁ ନେଇ ବଡ଼ ବୟାନ

ନୂଅଦିଲ୍ଲୀ: ରାହୁଲ ଦ୍ରାବିଡଙ୍କ ଅଧୀନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ଦିନିକିଆ ବିଶ୍ୱକପରେ ଦୁର୍ଭାଗ୍ୟବଶତଃ ଆବଶ ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିଲା ଟିମ ଇଣ୍ଡିଆ । ଏହାପରେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳକୁ ନେଇ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୋଚିଂକୁ ନେଇ ଏଯାଏଁ ସ୍ପଷ୍ଟ ହୋଇ ନଥିଲା । ତେବେ ଆଜି ବିସିସିଆଇ ସଚିବ ଜୟ ଶାହ ଦ୍ରାବିଡଙ୍କ ଭବିଷ୍ୟତକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଆଗାମୀ କେତେ ଦିନ ପର୍ଯ୍ୟନ୍ତ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ନେବେ, ସେ ନେଇ ସୂଚନା ଦେଇଛନ୍ତି ।

ଆସନ୍ତା ୨୦୨୪ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ରାହୁଲ ଦ୍ରାବିଡ ଦଳର କୋଚ୍ ପଦବୀରେ ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଗତ ଦିନିକିଆ ବିଶ୍ୱକପ ପରେ କୋଚ୍ ରାହୁଲ ଦ୍ରାବଡିଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହାପରେ ମଧ୍ୟ ବୋର୍ଡ କୌଣସି ସମୟସୀମା ଧାର୍ଯ୍ୟ ନ କରି ଦ୍ରାବିଡ ଏବଂ ସହଯୋଗୀ ଷ୍ଟାଫଙ୍କ ଦକ୍ଷିଣ ଆଫ୍ରିକା ସିରିଜରେ କୋଚ୍ ଦାୟିତ୍ୱରେ ରହିବା ନେଇ ଘୋଷଣା କରିଥିଲା । ତେବେ ବର୍ତ୍ତମାନ ଦ୍ରାବିଡଙ୍କ କାର୍ଯ୍ୟକାଳ ସ୍ପଷ୍ଟ ହୋଇଛି । ଆସନ୍ତା ଟି-୨୦ ବିଶ୍ୱକପରେ ମଧ୍ୟ ଦ୍ରାବିଡ ହିଁ ଟିମ ଇଣ୍ଡିଆର କୋଚ ପଦବୀରେ ରହିବେ । ତେବେ ବିସିସିଆଇ ଏଭଳି ଏକ ନିଷ୍ପତ୍ତି ନେବା ପୂର୍ବରୁ ଦ୍ରାବିଡଙ୍କ ସହ ଆଲୋଚନା ମଧ୍ୟ କରିଛି ।

ଏ ନେଇ ଜୟ ଶାହ କହିଛନ୍ତି ଯେ, ଦିନିକିଆ ବିଶ୍ୱକପ ପରେ ଅଚାନକ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା ଟିମ ଇଣ୍ଡିଆ । ଏହି ସମୟ ମଧ୍ୟରେ ଭାରତୀୟ କୋଚ୍ ଏବଂ ବିସିସିଆଇ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇ ନାରି ନଥିଲା । ତେବେ ଆଜି ଉଭୟଙ୍କ ଆଲୋଚନା ହେବା ପରେ କାର୍ଯ୍ୟକାଳକୁ ନେଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବିଶ୍ୱକପରେ ମଧ୍ୟ ସେ ଦଳର କୋଚ୍ ଭାବରେ ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

Get real time updates directly on you device, subscribe now.