fbpx

ରୋହିତଙ୍କ ପରେ ଜାଡେଜା ଶୋ’: ଆହତରୁ ଫେରି ଦମଦାର ଶତକ ହାସଲ କଲେ ରବିନ୍ଦ୍ର ଜାଡେଜା

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦମଦାର ବ୍ୟାଟିଂର ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟର । ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି । ୧୯୮ ବଲରୁ ୭ଟି ଚୌକା ଏବଂ ୨ଟି ଛକା ସହ ବିସ୍ଫୋରକ ଶତକ ହାସଲ କରିଛନ୍ତି ଜାଡେଜା । ସିରିଜର ପ୍ରଥମ ଇନିଂସରେ ଆହତ ହୋଇଥିବା ବେଳେ ତୃତୀୟ ମ୍ୟାଚରେ କମବ୍ୟାକ କରି ଶତକ ଅର୍ଜନ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ।

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ । ତେବେ ମ୍ୟାଚରେ ରୋହତ ଏକ ଦମଦାର ଶତକ ସହ ଫର୍ମକୁ ଫେରିଛନ୍ତି । ଏହାପରେ ଆହତ ସମସ୍ୟାରୁ ଫେରି ଏହି ମ୍ୟାଚ ଖେଳୁଥିବା ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏହି ମ୍ୟାଚରେ ଦମଦାର ଶତକ ନିଜ ନାମରେ କରିଛନ୍ତି । ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ ୭ଟି ଚୌକା ଏବଂ ୨ଟି ଛକା ମାରି ଟେଷ୍ଟ କ୍ୟାରିୟରରେ ନିଜର ଚତୁର୍ଥ ଶତକ ନିଜ ନାମରେକ ରିଛନ୍ତି ଜାଡେଜା । ପ୍ରଥମେ ଅଧିନାୟକ ଏବଂ ପରେ ଷ୍ଟାର ଅଲରାଉଣ୍ଡରଙ୍କ ଶତକ ସହ ଭାରତ ଏବେ ୫ ୱିକେଟ ହରାଇ ୩୧୫ ରନ ସଂଗ୍ରହ କରିଛି । ଏହାପରେ ଜାଡେଜା ନିଜ ପୁରୁଣା ଷ୍ଟାଇଲରେ ଖଣ୍ଡା ଭଳି ବ୍ୟାଟକୁ ବୁଲାଇ ଶତକର ସେଲିବ୍ରେସନ କରିଛନ୍ତି ।

ରୋହିତି ଏବଂ ଜାଡେଜାଙ୍କ ବ୍ୟତୀତ ଏହି ମ୍ୟାଚରେ ଡେବ୍ୟୁ କରିଥିବା ସରଫରାଜ ଖାନ୍ ମଧ୍ୟ ଏକ ଭଲ ଇନିଂସ ଖେଳିଛନ୍ତି । ଏଥିରେ ୬୬ ବଳରୁ ୯ଟି ଚୌକା ଏବଂ ଗୋଟିଏ ଛକା ସହିତ ୬୨ ରନ୍ କରିଛନ୍ତି । ତେବେ ଶ୍ରେୟସ ଆୟରଙ୍କ ସ୍ଥାନରେ ସରଫରାଜଙ୍କୁ ମିଳିଥିବା ସୁଯୋଗ ସେ ଖୁବ ଫାଇଦା ଉଠାଇବାକୁ ଚେଷ୍ଟା କରିଛନ୍ତି । ତେବେ ଜାଡେଜା ଏବଂ ସରଫରାଜଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ରନ୍ ଆଉଟ ହୋଇ ପାଭିଲିୟନ ପେରିଛନ୍ତି ।

Get real time updates directly on you device, subscribe now.